ଅନ୍ୟାନ୍ୟ

ଅନୁଗୁଳ ବିଧାୟକଙ୍କୁ ସମ୍ବର୍ଦ୍ଧିତ କଲେ ସ୍ଵପ୍ନାରାଣୀ

By Biswaranjan Pattnaik

June 24, 2024

ଅନୁଗୁଳ: ରବିବାର ଅପରାହ୍ନରେ ଅନୁଗୁଳ ନୃତ୍ୟ ସଙ୍ଗୀତ ଭାରତୀ ପରିସରରେ ନୃତ୍ୟନିଳୟ ପକ୍ଷରୁ ଅନୁଗୁଳର ନବନିର୍ବାଚିତ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ନୃତ୍ୟନୀଳୟ ସମ୍ପାଦିକା ସ୍ଵପ୍ନାରାଣୀ ସିହ୍ନା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଧିତ କରିଥିଲେ।

ଏହି ସମାରୋହରେ ନୃତ୍ୟନିଳୟର ଉପଦେଷ୍ଟା ହେମନ୍ତ କୁମାର ଦାସ,ଗୁରୁ ଅନିତା ସିଂହ ଦେଓ କାଉନସିଲର ପ୍ରଜ୍ଞା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସମାରୋହରେ ଦେଶର ବିଶିଷ୍ଟ ଶିକ୍ଷା ସଂଗଠକ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ମୃତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅତିଥି ଓ ପ୍ରଶିକ୍ଷାର୍ଥୀ୍ ମିଶି ସ୍କୁଲ ପରିସରରେ ଗଛ ଲଗାଇଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ପ୍ରଧାନ ଅନୁଗୁଳ କଳା ସଂସ୍କୃତିର ଉନ୍ନତି ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଥିଲେ।