ଅନ୍ୟାନ୍ୟ

ଏନଟିପିସି ଏମ୍ପ୍ଲୋଇଜ୍ ୟୁନିୟନ ନିର୍ବାଚନ: ୨୮୪ ଖଣ୍ଡ ଭୋଟ ପାଇ ଆଇଏନଟିୟୁସି ବିଜୟୀ

By Angul TV Bureau

December 05, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁସ୍ଥ ଏନଟିପିସି ଏମ୍ପ୍ଲୋଇଜ୍ ୟୁନିୟନ ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଛି। ନିର୍ବାଚନରେ ଏନଟିପିସି ଏମ୍ପ୍ଲଇଜ ୟୁନିୟନ(ଆଇଏନଟିୟୁସି) ବିଜୟୀ ହୋଇଛି। ବୁଧବାର ଏନଟିପିସି ପ୍ଲାଣ୍ଟ ଭିତରେ ଥିବା ଫାୟାର ଷ୍ଟେସନ ଠାରେ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିଲା। ସମୁଦାୟ ୫୩୬ ଭୋଟରଙ୍କ ମଧ୍ୟରୁ ୫୨୫ ଭୋଟର ମତଦାନ କରିଥିଲେ। ଆଇଏନଟିୟୁସି ୨୮୪ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ପ୍ରତିଦ୍ବନ୍ଦ୍ୱୀ ବିଏମଏସ ୨୨୧ ଖଣ୍ଡ ଭୋଟ ପାଇଥିଲା।

ନିର୍ବାଚନରେ ଭାଗ ନେଇଥିବା ଅନ୍ୟ ଏକ ସଂଗଠନ ୟୁନାଇଟେଡ଼ ଏମ୍ପ୍ଲଇଜ ୟୁନିୟନ(ୟୁଇୟୁ) ୨୦ଖଣ୍ଡ ଭୋଟ ପାଇଥିବା ଜଣାଯାଇଛି। ୧୧ ଭୋଟର ଅନୁପସ୍ଥିତ ଥିଲେ। ଇଭିଏମ ମାଧ୍ୟମରେ ଭୋଟ ଗ୍ରହଣ କରାଯାଇଥିଲା। ନିର୍ବାଚନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଆସିଷ୍ଟାଣ୍ଟ ଲେବର କମିଶନର ବିକାଶ ସିଂହ, କଣିହାଁ ଅତିରିକ୍ତ ତହସିଲଦାର ଅନୁପ ପରମଗୁରୁ ଉପସ୍ଥିତ ରହି ପରିଚାଳନା କରୁଥିଲେ।