ମୁଖ୍ୟ ଖବର

ଏନଟିପିସି ତାଳଚେର ଥର୍ମାଲକୁ ସୁରକ୍ଷା ପୁରସ୍କାର

By Biswaranjan Pattnaik

November 26, 2024

ଅନୁଗୁଳ: ଏନଟିପିସି. ତାଳଚେର ଥର୍ମାଲକୁ ୨୦୨୪ ର ସମ୍ମାନ ଜନକ “ପ୍ଲାଟିନମ” ପୁରସ୍କାର,ବୃତ୍ତିଗତ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ପ୍ରଦାନ କରାଯାଇଛି।

ଏହା ଆପେକ୍ସ ଭାରତୀୟ ସଂସ୍ଥାନ ଦ୍ୱାରା ପ୍ରଦାନ କରାଯାଇଥାଏ। ନବମ ଆପେକ୍ସ ପୁରସ୍କାର ପ୍ରଦାନ ଉତ୍ସବ ସମ୍ପ୍ରତି ୨୩ ନଭେମ୍ବର ୨୦୨୪ ରେ ଗୋଆ ଠାରେ, ଅବସର ପ୍ରାପ୍ତ ମେଜର ଜେନେରାଲ ପି.କେ ସାଇଗଲ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଡ଼.ଅବନିସ ସିଂ, ଅବସର ପ୍ରାପ୍ତ ଡିରେକଟର ଜେନେରାଲ ଉପସ୍ଥିତ ଥିଲେ। ଏନଟିପିସି ତାଳଚେର ଥର୍ମାଲର ସୁରକ୍ଷା ବିଭାଗର ଡିଜିଏମ ରାଜେନ୍ଦ୍ର ସିଂ ରାବତ ଏହା ଗ୍ରହଣ କରିଥିଲେ। 

ତାଳଚେର ଥର୍ମାଲର ପ୍ରକଳ୍ପ ମୁଖ୍ୟ ବିଜୟ ଚାନ୍ଦଙ୍କ ସୁରକ୍ଷା ସମ୍ପର୍କିତ ପ୍ରତିବଦ୍ଧତା ଓ ପରାମର୍ଶ ଏହି ପ୍ରକଳ୍ପରେ କାମ କରୁଥିବା କର୍ମଚାରୀ, ଅଫିସର ଓ କମ୍ପାନୀ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଛି। ଶ୍ରୀ ଚାନ୍ଦଙ୍କ ମତରେ ସୁରକ୍ଷା ଆମ ସମସ୍ତଙ୍କର ପ୍ରଥମ ଲକ୍ଷ ହେବା ଉଚିତ ଓ ଏହା ସମସ୍ତ ବାଧା ବିଘ୍ନକୁ ଦୁରେଇ ଦେବାରେ ସହାୟକ ହେବ ବୋଲି ପରାମର୍ଶ ଦେଇଛନ୍ତି।