ଅନ୍ୟାନ୍ୟ

ଏନଟିପିସି, କଣିହାଁ ପକ୍ଷରୁ ପାକ୍ଷିକ ହିନ୍ଦୀ ଦିବସ ଉଦଯାପିତ

By Angul TV Bureau

September 16, 2021

ଅନୁଗୁଳ(Jugal Kishore Sahoo): ଅନୁଗୁଳ ଜିଲ୍ଲା ଏନଟିପିସି, କଣିହାଁ ପ୍ରକଳ୍ପ ପକ୍ଷରୁ ପନ୍ଦର ଦିନ ଧରି ଚାଲିଥିବା ହିନ୍ଦୀ ଦିବସ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଏନଟିପିସି କାର୍ଯ୍ୟକାରୀ ନିର୍ଦେଶକ କେ.ଏସ୍. ରାୟ ମୁଖ୍ୟଅତିଥୀ, ମହାପ୍ରବନ୍ଧକ(ଇନ୍ଧନ ବିଭାଗ) ବିଜୟ ଗୋୟଲ, ମହାପ୍ରବନ୍ଧକ ସରିତ୍ର ମାହେଶ୍ଵରୀ, ଚନ୍‌ ମହିଳା କ୍ଲବ୍ ଅଧକ୍ଷା ସ୍ଵର୍ଷଲତା ରାୟ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମାନବ ସମ୍ବଳ ବିଭାଗ ବରିଷ୍ଠ ପ୍ରବନ୍ଧକ ଶିଳ୍ପା ଡୁଙ୍ଗଡୁଙ୍ଗ ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ଵ ସମ୍ପାଦନ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ସାହାଙ୍କ ସନ୍ଦେଶକୁ ମହାପ୍ରବନ୍ଧକ ଶ୍ରୀ ଗୋୟଲ ପାଠକରିଥିବା ବେଳେ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର କେ ସିଂହଙ୍କ ସନ୍ଦେଶ ମହାପ୍ରବନ୍ଧକ ସରିତ୍ ମାହେଶ୍ୱରୀ ପାଠ କରିଥିଲେ । ହିନ୍ଦୀ ଦିବସ ପାଳନର ମହତ୍ବ ଉପରେ ଗୁରୁତ୍ବାରୋପ କରି ପ୍ରତି କାମରେ ହିନ୍ଦୀ ଭାଷାର ଯଥା ସମ୍ଭବ ବ୍ୟବହାର କରିବା ପାଇଁ ସମବେତ ଜନତାଙ୍କୁ ମୁଖ୍ୟଅତିଥୀ ଏନଟିପିସି କାର୍ଯ୍ୟକାରୀ ନିର୍ଦେଶକ ଶ୍ରୀ ରାୟ ଅନୁରୋଧ କରିଥିଲେ । ଚଳିତ ମାସ ୧ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପାକ୍ଷିକ ହିନ୍ଦୀ ଦିବସରେ ହିନ୍ଦୀ କୁଇଜ, ହିନ୍ଦୀ ଭାଷାରେ କାହାଣୀ ଲିଖନ, ଅନୁବାଦ, ଭାଷଣ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥୀ ଶ୍ରୀ ରାୟ ସମେତ ଅନ୍ୟ ମହାପ୍ରବନ୍ଧକ ଦ୍ବାରା ପରୁଷ୍କାର ପ୍ରଦାନ କରାଯାଇଥିଲା । ବରିଷ୍ଠ ଓ କନିଷ୍ଠ କର୍ମଚାରୀଙ୍କର ଗୃହିଣୀ ମାନେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ତନଭୀ ମହିଳା କ୍ଲବ୍ ଅଧକ୍ଷା ସ୍ଵର୍ଣଲତା ରାୟ, ପୁରଷ୍କୃତ କରିଥିଲେ । ଏନ୍‌ଟିପିସି ଅଧିକାରୀ, କର୍ମଚାରୀ, ଶ୍ରମିକ ସଂଗଠନର ପ୍ରତିନିଧି, ସୁରକ୍ଷାକର୍ମଚାରୀ ପ୍ରମୁଖ ସାମିଲ ଥିଲେ।