କ୍ରୀଡ଼ା

ଗ୍ରାମାଞ୍ଚଳରେ ଥିବା ଲୁକାୟିତ ପ୍ରତିଭାର ବିକାଶ ପାଇଁ ସୁଯୋଗ: ଏନଟିପିସି ପକ୍ଷରୁ ୧୯ତମ ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ

By Angul TV Bureau

December 13, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁସ୍ଥ ଏନଟିପିସି ପକ୍ଷରୁ ୧୯ତମ ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଏନଟିପିସି ଆମ୍ବେଦକର ଷ୍ଟାଡିୟମରେ ୨ଦିନ ଧରି ଚାଲିଛି।

ଏନଟିପିସି ସିଏସଆର ଯୋଜନା ମାଧ୍ୟମରେ ସ୍ପୋର୍ଟସ କାଉନସିଲ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା ୯ ଓ ୧୦ ତାରିଖ ହୋଇଥିଲା। ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବରେ ଏନଟିପିସି, କଣିହାଁ ପ୍ରକଳ୍ପ ମୁଖ୍ୟ ଏ କେ ସେହଗଲ ଯୋଗଦେଇ ଏଭଳି ଆୟୋଜନ ଦ୍ୱାରା ଗ୍ରାମାଞ୍ଚଳରେ ଥିବା ଲୁକ୍କାୟିତ ପ୍ରତିଭା ବିକଶିତ ହୋଇପାରିବ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ କଣିହାଁ ବ୍ଲକର ୨୬ ଟି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉଭୟ ବାଳକ, ବାଳିକାଙ୍କ ପାଇଁ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର ଏବଂ ୬୦୦ ମିଟର ଦୌଡ଼, ରିଲେ ଦୌଡ଼, ଲମ୍ବା ଡିଆଁ, ଉଚ୍ଚ ଡିଆଁ, ସଟ ଫୁଟ ଏବଂ ଡିସ୍କସ ଥ୍ରୋ ଭଳି ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା।

ଉଦଯାପନୀରେ ତନଭି ସଙ୍ଗମର ସଭାପତି ରେଣୁ ସେହଗଲ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଖିଲ କୁମାର ସୀତା, ଏଚଆର ମୁଖ୍ୟ ନବନିତ କୁମାର, ଏଜିଏମ(ଏଚଆର) ସୁଜିତା ରଥ, କ୍ରୀଡା ପରିଷଦର ଅଧ୍ୟକ୍ଷ ଦାସାରୀ ଶ୍ରୀନିବାସୁଲୁ ଏବଂ ଏନଟିପିସି କଣିହାଁର ବରିଷ୍ଠ ଅଧିକାରୀ ଯୋଗ ଦେଇ ବିଜେତାଙ୍କୁ ଟ୍ରଫି ଓ ପୁରସ୍କାର ବିତରଣ କରିଥିଲେ।