ଅନ୍ୟାନ୍ୟ

ରେଳଧାରଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ନିଯୁକ୍ତି ଓ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଲା ଏନଟିପିସି

By Angul TV Bureau

July 31, 2022

ଅନୁଗୁଳ/ତାଳଚେର: ଶନିବାର ସ୍କଟଲ୍ୟାଣ୍ଡପୁର ପାଖ ଏନ.ଟି.ପି.ସି ରେଳ ଧାରଣାରେ ମୃତ ପ୍ରବୀଣ ଭୋଇଙ୍କ ପରିବାରକୁ ଆଜି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ୧୯ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ପତି, ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନ ଓ ସରପଞ୍ଚଙ୍କ ପ୍ରତିନିଧି ସୋନୁ ପ୍ରଧାନ ଭେଟି ଶୋକବ୍ୟକ୍ତ କରିଛନ୍ତି। ଏଥିସହ ସେମାନେ ଏନଟିପିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।

ପରିବାର ବର୍ଗଙ୍କ ଦାବି ମୁତାବକ, ଏନଟିପିସି ପକ୍ଷରୁ ମୃତକଙ୍କ ପରିବାରଙ୍କୁ ଶୁଦ୍ଧିକ୍ରିୟା ବାବଦକୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ପରିବାରକୁ ଅନୁକମ୍ପା ରାଶି ଭାବେ ୩ ଲକ୍ଷ ୨୦ ହଜାର ଟଙ୍କା ଓ ମୃତକଙ୍କ ସାନ ଭାଇଙ୍କୁ ୧୫ ଦିନ ମଧ୍ୟରେ ନିଯୁକ୍ତି ଦିଆଯିବ ବୋଲି ଏନଟିପିସି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି।