ମୁଖ୍ୟ ଖବର

ଅନୁଗୁଳରେ ବିଏସକେୱାଇ ହିତାଧିକାରୀ ବଢ଼ୁଛନ୍ତି

By Biswaranjan Pattnaik

December 27, 2022

ଅନୁଗୁଳ: ଅନୁଗୁଳ ଜିଲ୍ଳାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କାର୍ଡ ଧାରକ ଏବଂ ରାସନ କାର୍ଡ ମାଧ୍ୟମରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ପାଉଥିବା ହିତାଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ନଭେମ୍ବର ୨୦୨୧ ରୁ ନଭେମ୍ବର ୨୦୨୨ ମଧ୍ୟରେ ଅନୁଗୁଳ ଜିଲ୍ଲାର ୧୬୩୩୪ ଜଣ ହିତାଧିକାରୀ ଘରୋଇ ହସ୍ପିଟାଲରେ ଉନ୍ନତ ମାନର ଚିକିତ୍ସା ସେବା ପାଇଛନ୍ତି। ସ୍ୱାସ୍ଥ୍ୟ ମିତ୍ରଙ୍କ ସହାୟତରେ ରାଜ୍ୟ ସରକାର ଏହି ସେବା ଯୋଗାଇ ଆସୁଛନ୍ତି। ହାର୍ଟ,ଲିଭର,କିଡନୀ,ହିଷ୍ଟେକଟମି,ଅସ୍ଥିଶଲ୍ୟ ସର୍ଜରି,ପିତ୍ତ କୋଷରେ ପଥୁରି ଏବଂ କେତେକ କ୍ରିଟିକାଲ ଡେଲିଭରି କେଶରେ ହୀତାଧିକାରୀ ମାନେ ବୀମାର ସୁବିଧା ନେଇଛନ୍ତି।ଏଠାରେ ପ୍ରକାଶ ଯୋଗ୍ୟ ଯେ,ଡିସେମ୍ବର ୨୫ ସୁଦ୍ଧା ଓଡ଼ିଶାର ୬.୩୧ ଲକ୍ଷ ରୋଗୀ ବିଏସକେୱାଇ ଯୋଜନାରେ

ଏଠାରେ ପ୍ରକାଶ ଯୋଗ୍ୟ ଯେ,ଡିସେମ୍ବର ୨୫ ସୁଦ୍ଧା ଓଡ଼ିଶାର ୬.୩୧ ଲକ୍ଷ ରୋଗୀ ବିଏସକେୱାଇ ଯୋଜନାରେ ଉପକୃତ ହେବା ସହ ୧୩୮୯ କୋଟି ଟଙ୍କାର ବୀମା ସୁବିଧା ନେଇଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଅନୁଗୁଳ ଜିଲ୍ଳାରେ ବୀମା ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୧୧୦୦ ବଢିଥିବା ଜଣା ପଡ଼ିଛି।