କ୍ରୀଡ଼ା

ଓପି ଜିନ୍ଦଲ କପ୍ ଫୁଟବଲ ପାଲଲହଡ଼ା ୭-୧ ରେ ଢେଙ୍କାନାଳ ଠୁ ହାରିଲା

By Biswaranjan Pattnaik

August 09, 2025

ଅନୁଗୁଳ: ଓପି ଜିନ୍ଦଲ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଢେଙ୍କାନାଳ ଗୋଲ ବର୍ଷା ଜାରି ରଖି ୭-୧ ପାଲଲହଡ଼ାକୁ ହରାଇ ଥିଲା। ଢେଙ୍କାନାଳର ବାପୁନି ବିନ୍ଧାଣି ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପାଇଥିଲେ।

ଆଜିର ମ୍ୟାଚକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରି ଖେଳର ଉନ୍ନତି ପାଇଁ ସରକାର ସବୁମନ୍ତେ ଉଦ୍ୟମ କରୁଛନ୍ତି ବୋଲି କହିଥିଲେ। ସମ୍ମାନିତ ଅତିଥି ରୂପେ ଜିନ୍ଦଲ ଉଦ୍ୟାନ ବିଭାଗ ମୁଖ୍ୟ ଡ଼ା ଶ୍ରୀପ୍ରକାଶ ଶର୍ମା, ପାରା ବ୍ୟାଡମିଣ୍ଟନ ଖେଳାଳୀ ନୁରୁଲ ହୁସେନ ଖାନ୍, ସିଏସଆର ମୁଖ୍ୟ ଜୟନ୍ତ ମହାନ୍ତି,ପୂର୍ବତନ କ୍ରୀଡା ସଂସଦ ସମ୍ପାଦକ ନୀଳମଣି ରାଉତ,ସଦସ୍ୟ ରୁଚିର ଦାସ,ଜିନ୍ଦଲ କ୍ରୀଡା ଅଧିକାରୀ ତାପସ ମହାନ୍ତି ,ପାଲଲହଡ଼ା କ୍ରୀଡା ସଂସଦ ସମ୍ପାଦକ ନରେନ୍ଦ୍ର ଭୁକ୍ତା ପ୍ରମୁଖ ଯୋଗ ଦେଇଥିଲେ।ଆଲୋକ ଦେହୁରୀ ଖେଳ ପରିଚାଳନା କରିଥିଲେ। ୧୦ ତାରିଖରେ ଢେଙ୍କାନାଳ ବନାମ ଭୁବନେଶ୍ୱର ଖେଳ ହେବ।