ଅନ୍ୟାନ୍ୟ

ଓ.ପି. ଜିନ୍ଦଲ ସ୍କୁଲରେ ପଦାଭିଷିକ୍ତ ସମାରୋହ: ନବନିଯୁକ୍ତ ଛାତ୍ର ନେତାଙ୍କୁ ବ୍ୟାଜ୍ ଦେଇ ସମ୍ମାନିତ

By Angul TV Bureau

July 31, 2025

ଅନୁଗୁଳ: ଜିନ୍ଦଲ ନଗର ସ୍ଥିତ ଇଡେନ ଗାର୍ଡେନ ଠାରେ ଓପି ଜିନ୍ଦଲ ସ୍କୁଲ ପକ୍ଷରୁ ପଦାଭିଷିକ୍ତ ବା ପଦବୀ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥିଭାବେ ଜିନ୍ଦଲ ଷ୍ଟିଲର ସଭାପତି ତଥା ସିଏଚ୍ଆରଓ ଦିଲ୍ଲୀପ କୁମାର ସିହ୍ନା ଏବଂ ସମ୍ମାନିତ ଅତିଥି ଭାବେ ସୁରକ୍ଷା ମୁଖ୍ୟ (ଏସ୍ଏଫ୍ଏସଏସ) ବ୍ରିଗେଡିୟର (ଅବସରପ୍ରାପ୍ତ) ଦିନେଶ ଶର୍ମା ଯୋଗ ଦେଇଥିଲେ।

ପ୍ରଧାନଶିକ୍ଷକ ଡକ୍ଟର ଅଶ୍ୱିନୀ କୁମାର ସାହୁ ସ୍ୱାଗତ ଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ନବନିଯୁକ୍ତ ଛାତ୍ର ନେତାମାନଙ୍କୁ ବ୍ୟାଜ୍ ଦେଇ ସମ୍ମାନିତ କରାଯାଇଥିଲା। ସେହିପରି ନିକଟରେ ଅନୁଷ୍ଠିତ ଏକ ତାଲିମ ଶିବିରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଏନସିସି କ୍ୟାଡେଟଙ୍କୁ ସ୍ୱୀକୃତି ଦିଆଯାଇଥିଲା।

ଏହି ଅବସରରେ ଉପାଧ୍ୟକ୍ଷ ଡକ୍ଟର ଅରୁଣ କୁମାର ଦାଶ, ପ୍ରଶାସକ ଶ୍ରୀ ସୌମ୍ୟା ବାନାର୍ଜୀ ଏବଂ ବରିଷ୍ଠ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।