ମୁଖ୍ୟ ଖବର

ସତ୍ତା ପଲଟିଲା: ଟ୍ରକ ମାଲିକ ସଙ୍ଘ ନୂଆ କର୍ମକର୍ତ୍ତା ଶପଥ ନେଲେ

By Biswaranjan Pattnaik

March 10, 2025

ଅନୁଗୁଳ: ଗତ ୯ ତାରିଖ ଦିନ ଆୟୋଜିତ ଅନୁଗୁକ ଜିଲ୍ଲା ଟ୍ରକ ମାଲିକ ସଙ୍ଘର ୨୦୨୫-୨୭ ବର୍ଷ ପାଇଁ ନୂତନ କର୍ମକର୍ତା ନିର୍ବାଚିତ ହୋଇଛନ୍ତି। ସେମାନେ ଆଜି ଶପଥ ଗ୍ରହଣ କରିବା ସହ ନିଜ ଅଫିସ ସମ୍ଭାଳି ଥିଲେ। ଏହି ନିର୍ବାଚନରେ ସଭାପତି ରୂପେ ଅମରେଶ ସ୍ୱାଇଁ, ଉପ ସଭାପତି ରୂପେ ପ୍ରମୋଦ କୁମାର ପ୍ରଧାନ, ଅଶୋକ ଦଳବେହେରା, ସମ୍ପାଦକ ରୂପେ ରଜତ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ରୂପେ ମନୋଜ ଗୁପ୍ତା, ସୂର୍ଯ୍ୟକାନ୍ତ ସାମନ୍ତ, ପ୍ରମୋଦ ବ୍ରହ୍ମା, ସୁଶୀଲ କୁମାର ସ୍ୱାଇଁ ଏବଂ କୋଷାଧ୍ୟାକ୍ଷ ରୂପେ ଗୌତମ ସାହୁଶପଥ ନେଇଥିଲେ।

ବରିଷ୍ଠ ଆଇନଜୀବୀ ପରମାନନ୍ଦ ମିଶ୍ର, ରବୀନ୍ଦ୍ର ପ୍ରସାଦ ପଟନାୟକ ଶପଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହାପରେ କୁଲାଡ଼ ଟ୍ରକ ମାଲିକ ସଙ୍ଘ, ଜିଲ୍ଲା ବସ ମାଲିକ ସଙ୍ଘ ଓ ଅନ୍ୟ ସଂଗଠନ ମାନେ ନୂତନ କର୍ମକର୍ତା ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ଭର୍ଦ୍ଧିତ କରିଥିଲେ। ସଂଘର ବରିଷ୍ଠ ସଦସ୍ୟ ତଥା ସାମ୍ବାଦିକ ସଂଗ୍ରାମ ରଞ୍ଜନ ଦାସ କର୍ମକର୍ତା ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଚଳିତ ନିର୍ବାଚନରେ ସତ୍ତା ପରିବର୍ତନ ହେବା ନେଇ ଏଟିଭିକୁ ଆଭାସ ମିଳିଥିଲା। ପୂର୍ବ କର୍ମକର୍ତା ମାନେ ଭୋଟର ମାନଙ୍କ ଆସ୍ଥା ଭାଜନ ହୋଇପାରି ନ ଥିଲେ। ତେଣୁ ଅମରେଶ ସ୍ୱାଇଁ ଏବଂ ତାଙ୍କ ଚେନର ଅଧିକ ଅଧିକ ସଦସ୍ୟ ନିର୍ବାଚନରେ ବାଜିମାତ କରିଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ ସଭାପତି ଅମରେଶ ସ୍ୱାଇଁ ଟ୍ରକ ମାଲିକ ସଙ୍ଘର ପ୍ରତିଟି ସଦସ୍ୟଙ୍କ ସ୍ୱାର୍ଥ ପାଇଁ ସେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ।