ଅନ୍ୟାନ୍ୟ

ଶପଥ ନେଲେ ନାଲକୋ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା

By Angul TV Bureau

May 04, 2023

ନାଲକୋ: ନାଲକୋ ସ୍ମେଲ୍ଟର୍ ପ୍ଲାଣ୍ଟର ଅଗ୍ରଣୀ ଶ୍ରମ ସଂଗଠନ ନାଲକୋ କର୍ମଚାରୀ ସଂଘ (ନେସ୍) ର ଅଫିସ ପ୍ରାଙ୍ଗଣରେ ବର୍ଷ ୨୦୨୩-୨୪ ପାଇଁ ନୂତନ କାର୍ଯ୍ୟାଳୟ କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବ ବୁଧବାର ଆୟୋଜିତ ହୋଇଛି। ସଂଘର ପୂର୍ବତନ ସଭାପତି ଦିଲ୍ଲୀପ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରାଜ୍ୟ INTUC ର ଉପସଭାପତି ମଦନ ମୋହନ ଧଲ୍, ନାଲକୋ ସ୍ଵୀକୃତିପ୍ରାପ୍ତ ସଂଗଠନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, NSCU ସାଧାରଣ ସମ୍ପାଦକ ବିଭବ ଜେନା, ନେସର ପୂର୍ବତନ କାର୍ଯ୍ୟନିର୍ବାହୀ ସଭାପତି ମୂରଲୀଧର ପଣ୍ଡା ପ୍ରମୁଖ ନୂତନ କର୍ମକର୍ତ୍ତାଙ୍କୁ ସଂଗଠନ ବାବଦରେ ପରାମର୍ଶ ଦେଇଥିଲେ। ସ୍ମେଲଟର ପ୍ଲାଣ୍ଟର ବିଶିଷ୍ଟ ଶ୍ରମିକ ନେତା ପ୍ରଶାନ୍ତ କୁମାର ପ୍ରଧାନ ନିର୍ବାଚନ ଅଧିକାରୀ ରୂପେ ନୂତନ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ। ଶତାଧିକ କର୍ମଚାରୀ ଏହି ଉତ୍ସବରେ ଯୋଗ ଦେଇ ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।