ଅନ୍ୟାନ୍ୟ

ମନରେଗା କାମ ମେସିନରେ କରିବାକୁ ବିରୋଧ, ଯୁବକଙ୍କୁ ମାଡ଼

By Angul TV Bureau

November 04, 2022

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ବ୍ଲକ୍ ସଇଡ଼ା ପଞ୍ଚାୟତ ସଇଡା କେଲ ସାହିଠାରେ ମନରେଗା କାମ ମେସିନ୍ ଦ୍ଵାରା ଚାଲିଥିବା ବେଳେ ସେହି ଗାଁର ଜଣେ ଯୁବକ ବିରୋଧ କରିବାରୁ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ମାଡ଼ ଖାଇଥିବା ଯୁବକ ଆଜି କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ଯେ ମନରେଗା ଯୋଜନାରେ କାମ କରୁଥିବା ବ୍ୟକ୍ତିମାନେ ତାଙ୍କୁ ସେଦିନ ଘରେ ରହିବା ପାଇଁ ବାଧ୍ୟ କରିଥିଲେ। କିନ୍ତୁ ସେ ଏଲଏନଟିରେ ଦିନ ମଜୁରିଆ ହିସାବରେ କାମ କରୁଥିବାରୁ ରୋକଠୋକ ମନା କରି ଦେଇଥିଲେ। ପରେ ଉତ୍ତ୍ୟକ୍ତ ହୋଇ ସେହି ଗାଁ ଲୋକେ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରିଥିଲେ।

ନ୍ୟାୟ ଆଶାରେ ସେ ସ୍ଥାନୀୟ ସରପଞ୍ଚ ମୋନାଲିସା ଗଡ଼ ନାୟକଙ୍କୁ ଏ ନେଇ ଜଣାଇଥିଲେ। କିନ୍ତୁ ସରପଞ୍ଚ କୌଣସି ସାହାଯ୍ୟ କରିନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ସରପଞ୍ଚ ତାଙ୍କୁ ସପୋର୍ଟ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି। ଏ ନେଇ ସରପଞ୍ଚଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା।