ଅନ୍ୟାନ୍ୟ

ବିନା ବୈଠକରେ ବିସ୍ଥାପନକୁ ବିରୋଧ: ସାତକୋଶିଆ ଡିଏଫଓ କାର୍ଯ୍ୟାଳୟ ସମ୍ମୁଖରେ ଗାଁ ଲୋକଙ୍କ ଆମରଣ ଅନଶନ

By Angul TV Bureau

October 27, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଡିଏଫଓ କାର୍ଯ୍ୟାଳୟ ସମ୍ମୁଖରେ ଜଗନ୍ନାଥପୁର, ଟିକରପଡ଼ା, ପୁରୁଣାକୋଟ ପଞ୍ଚାୟତବାସୀଙ୍କ ଆମରଣ ଅନଶନ।

Aସ୍ଥାନୀୟ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ରାଲି ବାହାରି ସାତକୋଶିଆ ଡିଏଫଓ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଆମରଣ ଅନଶନରେ ବସିଛନ୍ତି। କାରଣ ସାତକୋଶିଆ ଅଞ୍ଚଳରୁ ଗ୍ରାମ ବିସ୍ଥାପନ ସମ୍ବନ୍ଧୀୟ ଜନସ୍ଵାର୍ଥ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ସମୟରେ ବେଆଇନ ଗ୍ରାମ ବିସ୍ଥାପନ ଜାରି ରହିଛି। ଗ୍ରାମସଭା, ପଲ୍ଲୀସଭା ନ କରି ବିସ୍ଥାପନ କରୁଥିବାରୁ ପ୍ରତିବାଦରେ ଗ୍ରାମବାସୀ ଆମରଣ ଅନଶନରେ ବସିଥିବା କହିଛନ୍ତି।