ମୁଖ୍ୟ ଖବର

ମହିଳାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ: ଅଭିଯୁକ୍ତ ଗିରଫ

By Angul TV Bureau

September 21, 2026

ଅନୁଗୋଳ: ସୋସିଆଲ ମିଡିଆରେ ମହିଳାଙ୍କ ବିରୋଧରେ ଆପତ୍ତିଜନକ, ଅଶ୍ଳୀଳ ଓ ଧମକପୂର୍ଣ୍ଣ ବିଷୟବସ୍ତୁ ପୋଷ୍ଟ ମାମଲାରେ ଅନୁଗୋଳ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଜରପଡ଼ା ଥାନା ଉଗୀ ଗାଁ ମାଳିସାହିର ଶୁଭରାଜ ମାଝୀ (୪୧)। ତାଙ୍କୁ ସାଇବର କ୍ରାଇମ ଓ ଇକୋନୋମିକ ଅଫେନ୍ସ ଥାନା କେସ ନଂ ୧୭/୨୦୨୬ରେ ଆଜି ଗିରଫ କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ ରକ୍ତଦାନ ଓ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ସମ୍ପର୍କିତ ଆପତ୍ତିଜନକ ଓ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରିବା ଅଭିଯୋଗ ରହିଛି।  ଏଥିରେ ସମ୍ପୃକ୍ତ ବ୍ୟକ୍ତି ଓ ମହିଳାଙ୍କୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଭଳି ଗୁରୁତର ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲା ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା, ଆଇଟି ଆକ୍ଟ ଧାରା ୬୭ ଏବଂ ମହିଳାଙ୍କ ଅଶାଳୀନ ପ୍ରତିନିଧିତ୍ୱ ନିଷେଧ ଆଇନ ଅନୁଯାୟୀ ରୁଜୁ ହୋଇଛି। ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର କରାଯାଇଛି। ସୋସିଆଲ ମିଡିଆ ଦୁରୁପଯୋଗ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅନୁଗୋଳ ପୋଲିସ ଚେତାବନୀ ଦେଇଛି।