ମୁଖ୍ୟ ଖବର

ପ୍ରେମୀ ଯୁଗଳଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍

By Angul TV Bureau

October 01, 2025

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଅବସ୍ଥିତ ପଞ୍ଚତତ୍ତ୍ୱ ପାର୍କରେ ଦିନ ଦ୍ୱିପ୍ରହରରେ ପ୍ରେମୀ ଯୁଗଳଙ୍କ ଅନୈତିକ କାର୍ଯ୍ୟର ଅଶ୍ଳୀଳ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ସପ୍ତାହେରୁ ଅଧିକ ସମୟ ଧରି ମୋବାଇଲରୁ ମୋବାଇଲ୍‌କୁ ଘୂରି ବୁଲୁଥିଲେ ହେଁ, ପୋଲିସ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ଉଦ୍‌ବେଗ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଜଣେ କଲେଜ ଛାତ୍ରୀ ଓ ତାଙ୍କ ପ୍ରେମିକ ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଦେଖିବାକୁ ମିଳିଛି। ଏହି ଘଟଣାର ଦୁଇଟି ଅଲଗା ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରୁ ଗୋଟିଏ ଭିଡିଓ ୪ ମିନିଟ୍ ୧୩ ସେକେଣ୍ଡ ଏବଂ ଅନ୍ୟଟି ୪ ମିନିଟ୍ ୨୫ ସେକେଣ୍ଡ ଲମ୍ବା। ପାଚେରୀର ଅପର ପାର୍ଶ୍ୱରେ ଛିଡ଼ା ହୋଇଥିବା କିଛି ଯୁବକ ଏହି ଅନ୍ତରଙ୍ଗ ମୁହୂର୍ତ୍ତକୁ ଭିଡିଓରେ ରେକର୍ଡ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିବା ଜଣାପଡ଼ିଛି।

ଏହି ଘଟଣା ଅନୁଗୁଳ ସହରରେ ଏକ ନିତିଦିନିଆ ସମସ୍ୟାରେ ପରିଣତ ହୋଇଛି। ପଞ୍ଚତତ୍ତ୍ୱ ପାର୍କ ସହିତ ଇକୋ ପାର୍କ, ଗୋପବନ୍ଧୁ ପାର୍କ ଏବଂ ଶିଶୁ ଉଦ୍ୟାନ ଭଳି ସ୍ଥାନଗୁଡ଼ିକରେ ମଧ୍ୟ ପ୍ରେମୀ ଯୁଗଳମାନଙ୍କୁ ରୋମାନ୍ସ କରୁଥିବା ଦେଖାଯାଉଛି। ନୀରବ ପ୍ରଶାସନ ଓ ପୁଲିସର ନିଷ୍କ୍ରିୟତା ଯୋଗୁଁ ଏହି ସ୍ଥାନଗୁଡ଼ିକ ଏବେ ଅନୈତିକ କାର୍ଯ୍ୟର କେନ୍ଦ୍ର ପାଲଟିଛି।

ସ୍ଥାନୀୟ ବାସିନ୍ଦାମାନେ ଏହି ଘଟଣାକୁ ଗୁରୁତର ସହ ନେଇ ପୋଲିସ ଓ ପ୍ରଶାସନକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସହରର ବିଭିନ୍ନ ପାର୍କରେ ନିୟମିତ ଚଢ଼ାଉ ଓ କଡ଼ା ନିୟମ ଲାଗୁ କରି ଏଭଳି ଅନୈତିକ କାର୍ଯ୍ୟରେ ରୋକ୍ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି।