କଳା ଓ ସଂସ୍କୃତି

ଶୈଳ ଶ୍ରୀକ୍ଷେତ୍ରରେ ଓଢଣ ଷଷ୍ଠୀ ପାଳିତ

By Biswaranjan Pattnaik

November 29, 2022

ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ରରେ ମାର୍ଗଶିର ଶୁକ୍ଳ ଷଷ୍ଠୀ ଅବସରରେ ଓଢଣ ଷଷ୍ଠୀ ପାଳିତ ହୋଇଯାଇଛି। ଏ ଅବସରରେ ସୋମବାର ରାତିରୁ ତିନି ଡାଲାରେ ପାଟ ଶୀତ ବସ୍ତ୍ର ରଖାଯାଇ ଅଧିବାସ ଗୃହରେ ରଖା ଯାଇଥିଲା। ମଙ୍ଗଳବାର ସକାଳେ ଖେଚୁଡ଼ି, ଧୂପ ଲାଗି ପରେ ବଡ ପୂଜକ ମନୋଜ କରଙ୍କ ତତ୍ୱବାଧାନରେ ସିଂହାରି ଓ ଅନ୍ୟ ସେବାୟତଙ୍କ ସହଯୋଗରେ ଦିଅଁ ମାନଙ୍କୁ ପାରମ୍ପରିକ ନୀତିକାନ୍ତି ସହ ପୂଜାଅର୍ଚନା କରାଯାଇ ନୂଆପାଟଣାରୁ ଅଣାଯାଇଥିବା ସ୍ୱତନ୍ତ୍ର ପାଟ ବସ୍ତ୍ର ଲାଗି କରାଯାଇଥିଲା।

ଏହି ପାଟ ବସ୍ତ୍ରରେ ଗୀତ ଗୋବିନ୍ଦ ଲେଖା ଯାଇଥାଏ।ଏହି ପାଟ ବସ୍ତ୍ର ସାତ ଦିନ ପାଇଁ ସାତରଙ୍ଗର ହୋଇଥାଏ। ଜଗନ୍ନାଥ ସଂସ୍କୃତିରେ ସାଧାରଣ ଲୋକଙ୍କୁଶୀତ ଲାଗିଲା ଭଳି ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ଶୀତ ଅନୁଭୁତ ହୋଇଥାଏ।