ମୁଖ୍ୟ ଖବର

ଆମ ପ୍ରତିଭା ଆମ ସ୍ଵାଭିମାନ ଅନୁଷ୍ଠାନ ତରଫରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

By Biswaranjan Pattnaik

August 04, 2024

ଅନୁଗୁଳ: ଅନୁଗୁଳ ଆମ ପ୍ରତିଭା ଆମ ସ୍ଵାଭିମାନ ଅନୁଷ୍ଠାନ ତରଫରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଛି। ଏ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧ ବାର୍ଷିକୀ ମଧ୍ୟ ପାଳନ କରାଯାଇଛି। ଆମ ପ୍ରତିଭା ଆମ ସ୍ଵାଭିମାନର ଉପଦେଷ୍ଟା ତଥା ଢେଙ୍କାନାଳ ପ୍ରାକ୍ତନ ସାଂସଦ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆମ ପ୍ରତିଭା ଆମ ସ୍ଵାଭିମାନର ସଭାପତି ତଥା ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ପରିଚାଳନା କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଭକ୍ତି ପ୍ରସାଦ ଦାସ, ସମ୍ପାଦକ ଦିନେଶ ପ୍ରଧାନ ଓ କୋଷାଧ୍ୟକ୍ଷ ପର୍ଶୁରାମ ଦାଶ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଦାଶ, ବରିଷ୍ଠ ସାମ୍ବାଦିକ ଦ୍ବାରିକା ପ୍ରସାଦ ନନ୍ଦ, ମନୋରଞ୍ଜନ ପାଣି ପ୍ରମୁଖ କହିଥିଲେ, ସାମ୍ବାଦିକତା କାହାର ପେସା ତ କାହାର ନିଶା। ସାମ୍ବାଦିକମାନେ ନିଷ୍ଠାର ସହ ଖବର ପ୍ରସାରଣ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।