ମୁଖ୍ୟ ଖବର

୯ ଦଫା ଦାବି: ୧୧ ଅଗଷ୍ଟ ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଓଡ଼ିଶା ରାଜସ୍ବ ଅମଲା ସଂଘର କାର୍ଯ୍ୟ ବନ୍ଦ

By Angul TV Bureau

August 06, 2025

ଅନୁଗୁଳ: ଓଡ଼ିଶା ରାଜସ୍ୱ ଅମଲା ସଂଘର ଦାବି ପୂରଣ କରିବାରେ ସରକାର ଅହେତୁକ ବିଳମ୍ବ କରୁଛନ୍ତି। ଏଣୁ ଆସନ୍ତା ୧୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସଂଘ।ଅନୁଗୁଳରେ ସଂଘ ସଭାପତି ରଜନୀକାନ୍ତ ପ୍ରଧାନଙ୍କ ନେତୃତ୍ବରେ ଦଶଦଫା ଦାବି ସମ୍ବଳିତ ଦାବି ପତ୍ର ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ତାଳଚେର ବିଧାୟକ ବ୍ରଜକିଶୋରେ ପ୍ରଧାନ, ଆଠମଲ୍ଲିକ ନଳିନୀକାନ୍ତ ପ୍ରଧାନ ଓ ପାଳଲହଡା ବିଧାୟକ ଅଶୋକ ମହାନ୍ତିଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।

ଦାବି ପୂରଣ ନହେଲେ ରାଜ୍ୟ ସଂଘର କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ନିଷ୍ପତ୍ତି ଅନୁସାରେ ଅଗଷ୍ଟ ୧୧ ତାରିଖ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଭାପତି ରଜନୀକାନ୍ତ ପ୍ରଧାନ, ଦେବେଶ ମିଶ୍ର ସୂଚନା ଦେଇଛନ୍ତି।