ଅନ୍ୟାନ୍ୟ

ଜିଆଇଏ ପ୍ରଦାନ ପାଇଁ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଦସ୍ତଖତ ଅଭିଯାନ

By Angul TV Bureau

December 24, 2024

ଅନୁଗୁଳ: ଦାବି ପୂରଣ ପାଇଁ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ଦସ୍ତଖତ ଅଭିଯାନ କଣିହାଁ କଲେଜ ନିକଟରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ସେମାନଙ୍କ ଦାବି ପୂରଣ ପାଇଁ ରାଜ୍ୟ ସ୍ତରରେ ସଂଘ

Illନିର୍ଦ୍ଦେଶ କ୍ରମେ ଗତ ୨୦ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଛି। ସଂଘର ଦାବି ଅନୁସାରେ ୧/୬/ ୨୦୦୮ ରୁ ୧/୬/୨୦୧୮ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ କଲେଜରେ ଥିବା ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ (ଜିଆଇଏ) ପ୍ରଦାନ କରିବା ପାଇଁ ପୂର୍ବ ସରକାର ସମୟରେ ଆଲୋଚନା ହୋଇଥିଲା। କିନ୍ତୁ ନୂତନ ସରକାରରେ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସ୍ବଳ୍ପ ପାଉଣାରେ ଏମାନେ ଅଧ୍ୟାପନା ଓ ଆନୁଷଙ୍ଗିକ କାର୍ଯ୍ୟ କରି ଆସୁଥିବା ବେଳେ ସେମାନଙ୍କର ଦାବି ଯଥାର୍ଥ ଓ ଶୀଘ୍ର ପୂରଣ ହେବା ଦରକାର ବୋଲି ଦସ୍ତଖତ ଅଭିଯାନରେ ଦର୍ଶାଯାଇଛି।