ଅନ୍ୟାନ୍ୟ

ଓଡ଼ିଶୀ ନୃତ୍ୟ କର୍ମଶାଳା “ଦୀକ୍ଷାଶାଳା” ଉଦଯାପିତ

By Biswaranjan Pattnaik

October 30, 2023

ଅନୁଗୁଳ: ନୃତ୍ୟନୀଳୟ ଅନୁଗୁଳ ପକ୍ଷରୁ ଏହାର ନୃତ୍ୟଶାଳା ପରିସରରେ ଓଡ଼ିଶୀ ନୃତ୍ୟ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।ଦୀକ୍ଷାଶାଳା ନାମରେ ଆୟୋଜିତ ଏହି କର୍ମଶାଳା ଗତ ୨୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।

ନୃତ୍ୟ ନୀଳୟର ସମ୍ପାଦିକ ଗୁରୁ ସ୍ଵପ୍ନାରାଣିି ସିହ୍ନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କର୍ମଶାଳାରେ ଶିକ୍ଷା ପ୍ରଦାନ କରିଥିଲେ ଓଡ଼ିଶା ସଂସ୍କୃତି ବିଶ୍ଵବିଦ୍ୟାଳୟର ପ୍ରଫେସର ଗୁରୁ ମନୋରଞ୍ଜନ ପ୍ରଧାନ।ଗୁରୁ ଶ୍ରୀ ପ୍ରଧାନ ଓଡ଼ିଶୀ ନୃତ୍ୟର ବିଭିନ୍ନ ମୁଦ୍ରା,ଭାବ, ଭଙ୍ଗୀ,ମଙ୍ଗଳା ଚରଣ,ପଲ୍ଲବୀ ସହ ଅଭିନୟରେ ମଲ୍ଲି ମାଳ ଶାମକୁ ଦେବି ଆଦି ଉପରେ ମାର୍ଗ ଦର୍ଶନ କରିଥିଲେ। ବହୁ ନୃତ୍ୟାଙ୍ଗନା ଏହି କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ।କର୍ମଶାଳା ଆୟୋଜନରେ ସହାୟତା ପାଇଁ ନୃତ୍ୟ ନିଳୟର ସମ୍ପାଦିକା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ରାଜ୍ୟ ସଂସ୍କୃତି ବିଭାଗକୁ କୃତଜ୍ଞତା ଜଣାଇଛନ୍ତି ।