ମୁଖ୍ୟ ଖବର

ଖବର ପ୍ରକାଶ ପରେ ତତ୍ପରତା, ଉଠାଜଳସେଚନ ପଏଣ୍ଟ ତଦାରଖ କଲେ ଯନ୍ତ୍ରୀ

By Angul TV Bureau

October 07, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ରଣିଆକଟା ପଞ୍ଚାୟତ ଅନ୍ତର୍ଗତ କସ୍ତୁରୀବାହାଳ ଗାଁରେ ନିର୍ମାଣାଧୀନ ଦୁଇଟି ଉଠାଜଳସେଚନ ପଏଣ୍ଟର ସ୍ଥିତି ତଦାରଖ କରିଛନ୍ତି ବିଭାଗୀୟ ଯନ୍ତ୍ରୀ। ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ୩ ଓ ୪ ନମ୍ବର ଉଠାଜଳସେଚନ ପଏଣ୍ଟ ନିର୍ମାଣ ଚାଲିଥିବା ବେଳେ ଏହା କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ଯୋଗୁଁ ଚାଷୀମାନେ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଥିଲେ।

ଏନେଇ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଏସ୍‌ଡିଓ ଲିଟନ ଟୁଡୁ ଓ କନିଷ୍ଠ ଯନ୍ତ୍ରୀ ଅସିତ କୁମାର ପତି ପୂର୍ବାହ୍ନରେ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ପଏଣ୍ଟର ନିର୍ମାଣକାର୍ଯ୍ୟ ଓ ସ୍ଥିତି ଅନୁଧ୍ୟାନ କରିଥିଲେ। କ୍ଷେତ୍ର ପରିଦର୍ଶନ ପରେ ପଏଣ୍ଟଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରାଯିବ ବୋଲି ଅଧିକାରୀମାନେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।