ମୁଖ୍ୟ ଖବର

ସୂଚନା ଅଧିକାର ଆଇନରେ ତଥ୍ୟ ଦେଉନାହାନ୍ତି ବିଡିଓ, ବାହାନା ଦେଖାଇ ଟାଳି ଦେଉଥିବା ଅଭିଯୋଗ

By Angul TV Bureau

July 25, 2025

ଅନୁଗୁଳ: ସୂଚନା ଅଧିକାର ଆଇନରେ ତଥ୍ୟ ଦେଉନାହାନ୍ତି ବିଡିଓ। ଅନୁଗୁଳ ବିଡିଓଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଆଇନଜୀବୀ।

ସୂଚନା ମୁତାବକ, ଅନୁଗୁଳ ବ୍ଲକ ଇଙ୍କରବନ୍ଧ ପଞ୍ଚାୟତର ଆଇନଜୀବୀ ପଦାରବିନ୍ଦ ଦାସ କେତେକ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବାରୁ ସୂଚନା ଅଧିକାର ଆଇନ ୨୦୦୫ ଅନୁଯାୟୀ ଗତ ତା ୪/୪,୨/୫ ଓ ୫/୫/୨୫ରେ କାର୍ଯ୍ୟର ତଥ୍ୟ ପାଇଁ ଆବେଦନ କରିଥିଲେ। ତଥ୍ୟ ପ୍ରଦାନ ପାଇଁ ଧାର୍ଯ୍ୟ ସମୟ ସୀମା ପାର ହୋଇଯାଇଥିଲେ ବି ତାଙ୍କୁ ତଥ୍ୟ ମିଳି ନଥିଲା। ଏନେଇ ସେ ଅନୁଗୁଳ ବିଡିଓଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ସେ ବି ଖୁବଶୀଘ୍ର ତଥ୍ୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜିଯାଏଁ ତଥ୍ୟ ମିଳିନଥିବାରୁ ଏନେଇ ଅପିଲ କରିବେ ବୋଲି ଆଇନଜୀବୀ ଦାସ କହିଛନ୍ତି।

ତେବେ ଅନୁଗୁଳ ବିଡିଓ ଡଃ. ବିଶ୍ଵଭୂଷଣଙ୍କୁ ଘଟଣା ବାବଦରେ ପଚାରିବାରୁ ସେ ଚତୁରତାର ସହ କଥା ଏଡ଼ାଇ ଦେଇ ଏବେ ସମୟ ନାହିଁ ପରେ କଥା ହେବା ବୋଲି କହିଛନ୍ତି।