ମୁଖ୍ୟ ଖବର

କଟକ- ସମ୍ବଲପୁର- ଅନୁଗୁଳ ଦେଇ ଯାଇଥିବା ରାଜପଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ

By Angul TV Bureau

November 02, 2023

ଅନୁଗୁଳ: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଆଜି କଟକ- ସମ୍ବଲପୁର- ଅନୁଗୁଳ ଦେଇ ଯାଇଥିବା ରାଜପଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଇଛି। ଭାରତୀୟ ଜାତୀୟ ରାଜପଥ ପ୍ରାଧ୍ୟାକାରୀ ତଥା ଜାତୀୟ ରାଜପଥ ପ୍ରକଳ୍ପର ବୈଷୟିକ ସଦସ୍ୟ ଭି. କେ. ରଜାବୃତ, ଜାତୀୟ ରାଜପଥ ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂହ ଓ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ନୟନ ସିଂହ ଆଜି ଏନ.ଏଚ- ୫୫ କଟକ-ସମ୍ବଲପୁର (ନୂଆହତା ଠାରୁ ବଡକେରା) ଓ ଅନୁଗୁଳ ମଧ୍ୟ ଦେଇ ଯାଇଥିବା ବଅଁରପାଳ ଠାରୁ ରନ୍ତଲେଇ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟକୁ ନେଇଥିବା ଠିକାଦାରଙ୍କ ଉପସ୍ଥିତିରେ ତଦାରଖ କରିବା ସହିତ ସମୀକ୍ଷା କରିଥିଲେ। ଏହି ତଦାରଖ ସମୟରେ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ଓବିସି ମୋର୍ଚ୍ଚାର ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।