କ୍ରୀଡ଼ା

ଓଏଚପିସି ଇଣ୍ଟରୟୁନିଟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ: ପୁରୁଷ ବିଭାଗରେ କୋଲାବ ଓ ମହିଳା ବିଭାଗରେ ଚିପିଲିମା ଚାମ୍ପିୟନ

By Angul TV Bureau

February 10, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଓଏଚପିସି ପ୍ରଶାସନିକ ଭବନ ପରିସରରେ ରାଜ୍ୟସ୍ତରୀୟ ଇଣ୍ଟର ୟୁନିଟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ୬ ଟି ପ୍ରକଳ୍ପର ମହିଳା ଓ ପୁରୁଷ ଖେଳାଳି ଯୋଡ଼ିଙ୍କୁ ନେଇ ୪ଦିନ ଧରି ପ୍ରତିଯୋଗିତା ଚାଲିଥିଲା। ମହିଳା ବିଭାଗର ଫାଇନାଲ ମ୍ୟାଚ ଚିପିଲିମା ଓ ବୁର୍ଲା ମଧ୍ୟରେ ହୋଇଥିଲା। ଚିପିଲିମାର ନିର୍ମଳା ସାମଦ, ସୁଶ୍ରୀ ସୁନିତା ମୁଣ୍ଡାଙ୍କ ଯୋଡ଼ି ବୁର୍ଲାର ଜ୍ୟୋତି ଟପ୍ନୋ, ରୀତା ଭୋଇଙ୍କ ଯୋଡ଼ିଙ୍କୁ (୨୧-୧୮,୨୧-୮) ପଏଣ୍ଟ ବ୍ୟବଧାନରେ ହରାଇ ଚାମ୍ପିୟନ ହୋଇଥିଲେ। ସେହିପରି ପୁରୁଷ ବିଭାଗରେ କୋଲାବ ଦଳର ସୁବ୍ରତ ମହାନ୍ତି ଓ ସ୍ବରାଜ ବେହେରାଙ୍କ ଯୋଡି ସେହି କୋଲାବର କୈବଲ୍ୟ ଧଳ ଓ ରତନ ଜେନାଙ୍କ ଯୋଡିଙ୍କୁ (୨୧-୧୨,୨୧-୯) ପଏଣ୍ଟ ବ୍ୟବଧାନରେ ପରାସ୍ତ କରି ଚାମ୍ପିୟନ ହୋଇଥିଲେ।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓପିସିଏଲର ମୁଖ୍ୟ ମହାପ୍ରବନ୍ଧକ ରଂଜନ କୁମାର ପରିଡା ଯୋଗ ଦେଇ ଉଭୟ ପୁରୁଷ ଓ ମହିଳା ଚାମ୍ପିୟନ ଯୋଡ଼ିଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ରେଙ୍ଗାଳି ୟୁନିଟର ବରିଷ୍ଠ ସାଧାରଣ ପରିଚାଳକ ସରୋଜ କୁମାର ବହିଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବୁର୍ଲା ୟୁନିଟର ବରିଷ୍ଠ ସାଧାରଣ ପରିଚାଳକ ଜି.ରମେଶ, ସାଧାରଣ ପରିଚାଳକ ସୁବ୍ରତ କୁମାର ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ। ପରିଚାଳକ ସାଗରିକା ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ଅଂଶୁମାନ ପାତ୍ର, ଅନିସ ହାଁସଦା, ସୋମନାଥ ବାରିକ ଓ ସ୍ଵାଧୀନ ମିଶ୍ର ଦୁଇ ବିଭାଗର ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ। ଇଂ. ସୁଚିସ୍ମିତା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପର ଉପ ସାଧାରଣ ପରିଚାଳକ ପ୍ରଦୀପ କୁମାର ପ୍ରଧାନ, ମାନବ ସମ୍ବଳ ଅଧିକାରିଣୀ ନୀଳିମା ଦେବନାଥ, ଅର୍ଥ ବିଭାଗ ମୁଖ୍ୟ ଅର୍ପିତା ବିଲୁଙ୍ଗ, କର୍ମଚାରୀ ସଂଘ ସଂପାଦକ ବିରେଶ ଚନ୍ଦ୍ର ପତିଙ୍କ ସମେତ ସମସ୍ତ ଅଫିସର, ଯନ୍ତ୍ରୀ, କର୍ମଚାରୀ ସହଯୋଗ କରିଥିଲେ।