ମୁଖ୍ୟ ଖବର

ଓଏଚ୍‌ପିସି କର୍ମଚାରୀଙ୍କ ବୈଠକ, ଆଜିଠୁ ପିନ୍ଧିବେ କଳାବ୍ୟାଜ୍

By Sanjeeb Biswal

August 17, 2021

ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ପ୍ରକଳ୍ପ ଓଏଚ୍‌ପିସିର ରେଙ୍ଗାଳି ପାଓ୍ବାର ପ୍ରୋଜେକ୍ଟ ୱାର୍କର୍ସ ୟୁନିଅନ୍‌ର ଏକ ବୈଠକ ସୋମବାର ୟୁନିଅନ୍ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି ୟୁନିୟନ୍‌ର ବିଭିନ୍ନ ଦାବି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା। ବସନ୍ତ କୁମାର ଗଡ଼ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଓଏସଇବିର ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର ମୁଖ୍ୟଅତିଥ ଭାବେ ଯୋଗ ଦେଇଥିଲେ । ବୈଠକରେ ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି, ୫୦% ୱେଜ ବୋର୍ଡ ବକେୟା ପ୍ରଦାନ, ୧.୪.୨୦୨୦ରୁ ବକେୟା ୱେଜ ବୋର୍ଡ ପ୍ରଦାନ, ଠିକ୍ ସମୟରେ କର୍ମଚାରୀଙ୍କୁ ପଦୋନ୍ନତି ପ୍ରଭୃତି ଦାବି ସମ୍ପର୍କରେ ୟୁନିଅନ୍ ପକ୍ଷରୁ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେହି କଣ୍ଣପାତ କରୁନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା। ତେଣୁ ୫ ଦଫା ଦାବିରେ ମଙ୍ଗଳବାର ଠାରୁ ସମସ୍ତ କର୍ମଚାରୀ କଳା ବ୍ୟାଜ୍ ପରିଧାନ କରି ବିରୋଧ ପ୍ରଦର୍ଶନ କରିବେ ବୋଲି ସଂଘ ସାଧାରଣ ସମ୍ପାଦକ ବିରେଶ ଚନ୍ଦ୍ର ପତି ପ୍ରକାଶ କରିଥିଲେ । ବୈଠକରେ ବ୍ରହ୍ମାନନ୍ଦ ପଣ୍ଡା, ଧ୍ରୁବ ଚରଣ ମହାଳିକ, କୃଷ୍ଣ ଚନ୍ଦ୍ର ସାହୁ, ତରଣୀ ସାହୁ, ସୁଶାନ୍ତ ସାହୁଙ୍କ ସମେତ ବହୁ କର୍ମଚାରୀ ଯୋଗ ଦେଇଥିଲେ।