ମୁଖ୍ୟ ଖବର

ଭୁବନେଶ୍ୱରୀ ମାଇନ୍ସରେ ଓଲଟିଲା ଡିଜେଲ ଟ୍ୟାଙ୍କର, ଗରା-ବାଲ୍ଟିରେ ତେଲ ବୋହିନେଲେ ଅଞ୍ଚଳବାସୀ

By Angul TV Bureau

November 11, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରେ ଓଲଟିଲା ଡିଜେଲ ବୋଝେଇ ଟ୍ୟାଙ୍କର। ସୌଭାଗ୍ୟବଶତଃ ଡ୍ରାଇଭର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି।

ସୂଚନା ମୁତାବକ, ଆଜି ଏକ ଟ୍ୟାଙ୍କରରେ ଡିଜେଲ ଭର୍ତ୍ତି ହୋଇ ଭୁବନେଶ୍ୱରୀ କୋଲକରିଡ଼ର ରାସ୍ତାରେ ଯାଉଥିବା ବେଳେ ହଠାତ୍ କୌଣସି କାରଣରୁ ଓଲଟି ପଡ଼ିଥିଲା । ଫଳରେ ସେଥିରେ ଥିବା ଡିଜେଲ ରାସ୍ତାରେ ଭାସିଥିଲା। ଚାଳକ ବି ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ତେବେ ଡିଜେଲ ରାସ୍ତାରେ ଭାସିବା ପରେ ସ୍ଥାନୀୟ ଅଞ୍ଚଳରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଲୋକେ ଗରା, ବାଲ୍ଟି ଯୋଉଥିରେ ପାଇଲେ ସେଥିରେ ଡିଜେଲ ବୋହି ନେଇଥିଲେ। ତେବେ ଏ ନେଇ ମାମଲା ରୁଜୁ ହୋଇଛି କି ନାହିଁ, ସେ ସୂଚନା ମିଳିପାରିନାହିଁ।