ଘଟଣା ଓ ଦୁର୍ଘଟଣା

ପୋଖରୀରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ଗଲା ବୃଦ୍ଧଙ୍କ ଜୀବନ

By Sanjeeb Biswal

January 15, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ସିମିଳିପାଳ ପଞ୍ଚାୟତ ଜୟପଙ୍ଗା ଗାଁରେ ରବିବାର ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଗୋପୀନାଥ ବେହେରା (୭୫)। ପୋଲିସ ସୂଚନା ମୁତାବକ, ରବିବାର ଅପରାହ୍ନରେ ଗୋପୀନାଥ ଘର ଠାରୁ ଅଳ୍ପ ଦୂରରେ ଥିବା ପ୍ରଧାନ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ତାଙ୍କ ଗୋଡ ଖସି ଯିବାରୁ ସେ ପାଣି ଭିତରେ ବୁଡ଼ି ଯାଇଥିଲେ। ନିକଟରେ କିଛି ଲୋକ କାଠ କାଟୁଥିଲେ। ଗୋପୀନାଥ ବୁଡ଼ି ଯିବା ଦେଖି ସେମାନେ ତାଙ୍କୁ ପାଣିରୁ ଉଦ୍ଧାର କରି ପରିବାର ସହାୟତାରେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଗଡିଆ ଥାନା ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛି। ଏ ନେଇ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି।