ଘଟଣା ଓ ଦୁର୍ଘଟଣା

ଗାଧୋଇବା ହେଲା କାଳ! ପୋଖରୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

By Angul TV Bureau

March 12, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ବିରୁ ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବିରୁ ଗ୍ରାମର କୁନ୍ତଳା ପଧାନ(୬୫)।

ସୂଚନା ମୁତାବକ, କୁନ୍ତଳା ଘର ନିକଟସ୍ଥ ବାଲିଭାଗ ପୋଖରୀକୁ ମଧ୍ୟାହ୍ନ ସମୟରେ ଗାଧୋଇବା ନିମନ୍ତେ ଯାଇ ଘରକୁ ଫେରି ନଥିଲେ। ଘର ଲୋକ ବିଳମ୍ବ ହେବା ଦେଖି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପୋଖରୀରେ ବୁଡ଼ି ଯାଇଥିବା ଜାଣିଥିଲେ। ଖବର ପାଇ କଣିହାଁ ଅଗ୍ନିଶମ ବିଭାଗ ମୃତ ଦେହକୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ରାଜସ୍ବ ବିଭାଗ ନିରୀକ୍ଷକ ମଧ୍ୟ ପହଞ୍ଚି ତଥ୍ୟ ନେଇଥିଲେ। ସମଲ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।