ଘଟଣା ଓ ଦୁର୍ଘଟଣା

ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ ବୃଦ୍ଧ, ଘଟଣାସ୍ଥଳରେ ଗଲା ଜୀବନ

By Sanjeeb Biswal

January 18, 2023

ଛେଣ୍ଡିପଦା: ବୁଧବାର ପୂର୍ବାହ୍ନରେ ବାଗେଡ଼ିଆ ଥାନା ପାଟକମୁଣ୍ଡା ଗାଁରେ ପୋଖରୀରେ ବୁଡି ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ, ପାଟକମୁଣ୍ଡା ଗ୍ରାମର ଭୋଲେଶ୍ୱର ସାହୁ (୭୨) ଆଜି ସକାଳ ସାଢେ ଦଶଟା ସମୟରେ ଶୌଚ ହେବା ପାଇଁ ଗାଁ ମୁଣ୍ଡ ସାବିତ୍ରୀ ପୋଖରୀକୁ ଯାଇଥିଲେ। ଦୀର୍ଘ ସମୟ ପରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜିବା ପାଇଁ ପୋଖରୀ ପାଖକୁ ଆସିଥିଲେ। କିନ୍ତୁ ସେଠାରେ ସେମାନେ ପୋଖରୀରେ ଭୋଲେଶ୍ଵରଙ୍କ ଶରୀର ଭାସୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପରିବାର ଲୋକ ତାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଏ ସମ୍ପର୍କରେ ପରିବାର ଲୋକ ବାଗେଡ଼ିଆ ଥାନାକୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।