ଘଟଣା ଓ ଦୁର୍ଘଟଣା

ଗାଧୋଇବା ବେଳେ ନଦୀରେ ବୁଡ଼ି ବୃଦ୍ଧ ନିଖୋଜ

By Angul TV Bureau

July 15, 2022

ଅନୁଗୁଳ: ଏନ୍‌ଟିପିସି ଟାଉନ ଥାନା ଅନ୍ତର୍ଗତ ଟୀକିରା ନଦୀର କରଡେଇ ଘାଟ ନିକଟରେ ଗାଧୋଉଥିବା ସମୟରେ ନଦୀରେ ଭାସି ଯାଇ ଜଣେ ବୃଦ୍ଧ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ହେଲେ ଗଦାଶିଳା ଗ୍ରାମର ଗୋବିନ୍ଦ ନାଏକ।

ସୂଚନା ମୁତାବକ, ନଦୀରେ ଗାଧେଇବା ବେଳେ ଗୋବିନ୍ଦଙ୍କ ଗୋଡ ଖସି ଯାଇଥିଲା। ଫଳରେ ନଦୀର ସ୍ରୋତରେ ସେ ଭାସିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଏବେ ଯାଏଁ ଗୋବିନ୍ଦର ପତ୍ତା ମିଳି ପାରିନାହିଁ। ଖବର ଲେଖା ହେବା ପର୍ଯ୍ୟନ୍ତ ଗୋବିନ୍ଦଙ୍କ ବିଷୟରେ କିଛି ସୂଚନା ମିଳିନାହିଁ।