ଘଟଣା ଓ ଦୁର୍ଘଟଣା

ଅନ୍ୟମନସ୍କ ଭାବେ ଚାଲୁଥିବା ବେଳେ କୂଅରେ ପଡ଼ି ବୃଦ୍ଧ ମୃତ

By Angul TV Bureau

October 22, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ପିଙ୍ଗୁଆଠାରେ ଆଜି ଜଣେ ବୃଦ୍ଧ କୂଅରେ ପଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଉଛନ୍ତି ଭୁବନ ସାମଲ(୯୦)।

ସେ ଅନ୍ୟମନସ୍କ ଭାବରେ ଘର ନିକଟରେ ଯାଉଥିବା ବେଳେ କୂଅରେ ପଡ଼ିଯାଇଥିଲେ। ଏ ନେଇ ଗାଁ ଲୋକ ଜାଣିବା ପରେ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ ମଧ୍ୟ ବିଳମ୍ବ ହେବାରୁ ଗ୍ରାମବାସୀ କୂଅ ଭିତରେ ପଶି ଭୁବ ଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।