ଘଟଣା ଓ ଦୁର୍ଘଟଣା

ମହାନଦୀରେ ବୃଦ୍ଧ ନିଖୋଜ

By Angul TV Bureau

October 25, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଅଏଡ଼ା ପଞ୍ଚାୟତ ଓଳୋଥ ଗ୍ରାମର ଶ୍ରୀଧର ସେଠୀ(୭୩) ମହାନଦୀରେ ନିଖୋଜ ହୋଇଯାଇଥିବା ଜଣାଯାଇଛି। ଆଠମଲ୍ଲିକ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନଥିଲା। ପ୍ରକାଶ ଯେ, ରବିବାର ସକାଳେ ଶ୍ରୀଧର ଘାସ କାଟିବାକୁ ଦା’ ଧରି ଘରୁ ବାହାରି ଯାଇଥିଲେ। ଘାସ କାଟି ନଦୀ କୂଳରେ ରଖି ଗାଧୋଇବାକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଛନ୍ତି । ନଦୀ କୂଳରେ ଗାମୁଛା, ଭାଙ୍ଗଡବା, ବାଡି ଆଦି ପଡ଼ି ରହିଛି। ପ୍ରତ୍ୟେକ ଦିନ ଶ୍ରୀଧର ଏଠାରେ ଗାଧୋଇ ଘରକୁ ଫେରୁଥିବା ବେଳେ ରବିବାର ନଫେରିବାରୁ ଘରଲୋକ ନଦୀକୁ ଯାଇ ଖୋଜାଖୋଜି କରିଥିଲେ । ନିରାଶ ହେବାରୁ ଦମକଳ ବାହିନୀକୁ ଖବର ଦେଇଥିଲେ।