ଘଟଣା ଓ ଦୁର୍ଘଟଣା

ଘରୋଇ ଝଗଡ଼ାକୁ ନେଇ ପାଣିକୁ ଡେଇଁଲେ ବୃଦ୍ଧ, ଉଦ୍ଧାର କଲେ ସ୍ଥାନୀୟ ଲୋକ

By Angul TV Bureau

August 06, 2024

ଅନୁଗୁଳ: ଘରୋଇ ଝଗଡ଼ାକୁ ନେଇ ପାଣିକୁ ଡେଇଁଲେ ବୃଦ୍ଧ। ଅନୁଗୁଳ ଜିଲ୍ଲା ଛେଳିଆପଡ଼ାରେ ଏଭଳି ଅଘଟଣ ଘଟିଛି।

ସୂଚନା ମୁତାବକ, ଘରୋଇ ଝଗଡ଼ାକୁ ନେଇ ଖଲାରୀ ଅଞ୍ଚଳର ଜଣେ ବୃଦ୍ଧ ଆଜି ଅପରାହ୍ନରେ ଛେଳିଆପଡ଼ା ବ୍ରିଜରୁ ପାଣିକୁ ଡେଇଁପଡ଼ିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ତୁରନ୍ତ ଉଦ୍ଧାର କରି ସୁସ୍ଥ କରାଇଥିଲେ। ବୃଦ୍ଧଙ୍କୁ ସାମାନ୍ୟ ଆଘାତ ଲାଗିଥିବା ବେଳେ ଲୋକେ ତାଙ୍କୁ ନେଇ ଘରେ ଛାଡ଼ିଥିଲେ। ତେବେ ଏହି ଘଟଣା ନେଇ କୌଣସି ପୋଲିସ କେସ୍ ହୋଇ ନ ଥିବା ଜଣାଯାଇଛି।