ଘଟଣା ଓ ଦୁର୍ଘଟଣା

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

By Biswaranjan Pattnaik

September 24, 2021

ଅନୁଗୁଳ: ଶୁକ୍ରବାର ବଡି ଭୋର ସମୟରେ ହିନ୍ଦୋଳ ବ୍ଲକ ନୂଆବଗ ପଂଚାୟତ ବାହାଳ ସାହି ର ଜଣେ ବୃଦ୍ଧ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ଗାଁ ର ଶୁକ୍ରୁ ସାହୁ(୭୦) ଘର ଠାରୁ ଅଳ୍ପ ଦୂରରେ ଚଲା ବୁଲା କରୁଥିଲାବେଳେ ହଠାତ ଏକ ଦନ୍ତା ହାତୀ ଶୁକ୍ରୁଙ୍କୁ ଶୁଣ୍ଢ ରେ ଧରି ଦାନ୍ତରେ ଭୁଷି ଦେଇଥିଲା। ଶୁକ୍ରୁ ହଲଚଲ ନହୋଇ ତଳେ ପଡିରହିବାରୁ ହାତୀ ତାଙ୍କୁ ମୃତ ଭାବି ଛାଡି ପଳାଇଥିଲା । ଶୁକ୍ରୁଙ୍କ ତଣ୍ଟି ରେ ଗୁରୁତର କ୍ଷତ ହୋଇଥିଲା।ପାଟି ଶୁଣି ଘର ଲୋକେ ଶୁକ୍ରୁଙ୍କୁ ଉଦ୍ଧାରକରି ଶହେ ଆଠ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଡାକ୍ତର ଖାନା ପଠାଇଛନ୍ତି।