ଅନ୍ୟାନ୍ୟ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଓମ୍ ପ୍ରକାଶ ଜିନ୍ଦଲଙ୍କ ୧୮ତମ ପୁଣ୍ୟ ତିଥି ପାଳିତ, ଆୟୋଜିତ ହେଲା ରକ୍ତଦାନ ଶିବିର

By Angul TV Bureau

April 01, 2023

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ପ୍ରତିଷ୍ଠାତା ଓମ୍ ପ୍ରକାଶ ଜିନ୍ଦଲ (ବାଉଜି)ଙ୍କ ୧୮ତମ ପୁଣ୍ୟ ତିଥି ପାଳିତ ହୋଇଛି। ଏ ଅବସରରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ସଭା, ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ସାଙ୍ଗକୁ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରାଯାଇଥିଲା। ଏ ଅବସରରେ ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ହୃଦୟେଶ୍ୱର ଝାଙ୍କ ନେତୃତ୍ବରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମସ୍ତ ବିଭାଗୀୟ ମୁଖ୍ୟ, କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଜିନ୍ଦଲ ନଗର ପରିସରରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତ ଦାନ କାର୍ଯ୍ୟକ୍ରମକୁ ହୃଦୟେଶ୍ୱର ଝା ଉଦଘାଟନ କରିଥିଲେ। ଓଡିଶା ରକ୍ତ ଭଣ୍ଡାର ଏବଂ ଜେଏସପି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସତ୍ୟବ୍ରତ ପାଟ୍ଟଯୋଶୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ୧୪୯ ୟୁନିଟ ରକ୍ତ ସଂଗ୍ରହ କରିଥିଲେ।

କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଏବଂ ବୃଦ୍ଧାଶ୍ରମରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ବଡ଼ ମହିତଳା ପୁନର୍ବାସ ଏବଂ ଥଇଥାନ କଲୋନୀ ସ୍ଥିତ ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲରେ ମଧ୍ୟ ଛାତ୍ରଛାତ୍ରୀ ମାନେ ବାଉଜିଙ୍କର ସୁନ୍ଦର ଚିତ୍ର ଅଙ୍କନ କରିଥିଲେ। ଜିନ୍ଦଲ ନଗର ପରିସରସ୍ଥ ଦେବଭୂମି ଠାରେ ଅଖଣ୍ଡ ରାମାୟଣ ପାଠ, ପୂଜା, ହବନ, ପୁଷ୍ପାଞ୍ଜଳି ସହିତ ପୂର୍ଣ୍ଣ ଆହୂତି ଅନୁଷ୍ଠିତ ହୋଇଥିଲା।