ମୁଖ୍ୟ ଖବର

ଭିଜିଲାନ୍ସ ପଞ୍ଝାରେ ଓଏମ୍‌ଭିଡି ଟ୍ରାଫିକ ଇନ୍ସପେକ୍ଟର

By Biswaranjan Pattnaik

January 12, 2024

ଅନୁଗୁଳ:ତାଳଚେର ଓଏମ୍‌ଭିଡି ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରାଙ୍କ ଗାଡ଼ିକୁ ଅଟକାଇ ଗତ ଗୁରୁବାର ବିଳମ୍ବିତ ରାତିରେ ଯାଞ୍ଚ କରିଥିଲା। କାରଟି ତାଳଚେରରୁ ଅସ୍ତରଙ୍ଗ ଯାଉଥିବା ବେଳେ ଭୁବନେଶ୍ୱର ବାଲିଅନ୍ତା ନିକଟରେ ଭିଜିଲାନ୍ସ ଯାଞ୍ଚ କରି ୧୧,୧୫,୪୭୦ ଟଙ୍କା ପାଇଥିଲା ଏତେ ଟଙ୍କା ସେ କୋଉଠୁ ଆଣିଲେ ତାହାର ସେ ଉତ୍ତର ଦେଇପାରି ନ ଥିଲେ। ଏହାପରେ ଭିଜିଲାନ୍ସ ଟିମ୍ ଶ୍ରୀ ବେହେରାଙ୍କ ତାଳଚେର ଘର ଯାଞ୍ଚ କରି ଅଧିକ ୩,୦୮,୭୫୦ ଟଙ୍କା, ୩୩୬ ଗ୍ରାମ ସୁନା ଓ ଅସ୍ତରଙ୍ଗ ଘର ଯାଞ୍ଚ କରି ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହାଛଡା ଜିତେନ୍ଦ୍ରଙ୍କ ଭାଇ କୃଷ୍ଣଚନ୍ଦ୍ରଙ୍କ ପାରାଦୀପ ଘର ମଧ୍ୟ ଯାଞ୍ଚ କରାଯାଉଛି।