ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା ଓବିସି ସେଲ୍ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

By Angul TV Bureau

October 02, 2023

ଅନୁଗୁଳ: ଆଜି ଅନୁଗୁଳ ବ୍ଲକ ଧୋକୁଟା ପଞ୍ଚାୟତରେ ଓବିସି ସେଲ୍ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଧୋକୁଟା ପଞ୍ଚାୟତ ଗୋବିନ୍ଦପୁର ହରିଜନ ସାହିର ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ। ଏ ଅବସରରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରାଯିବା ସହ ଧୂପଦାନ କରାଯାଇଥିଲା। ପରେ ରାମ ଧୂନ୍ ଗାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଓବିସି ସେଲର ଜିଲ୍ଲା ସଭାପତି ପ୍ରବୋଧ କୁମାର ସ୍ବାଇଁ ଯୋଗ ଦେଇ କହିଥିଲେ, ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗ୍ରାମବାସୀ କାର୍ଯ୍ୟ କରିବା ଉଚିତ। ଏଥିସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସେ ନିନ୍ଦା କରିଥିଲେ। ଆଗାମୀ ୨୦୨୪ ରେ ବିଜେପି ଓ ବିଜେଡି ଦଳକୁ ହଟାଇ କଂଗ୍ରେସ ଦଳ ସପକ୍ଷରେ ମତଦାନ କରିବା ପାଇଁ ସେ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ମହାଳିକ, ଗ୍ରାମର ମୂରବୀ ନିତ୍ୟାନନ୍ଦ ନାଏକ, ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ଅଭିଷେକ ନାୟକ (ରାଜା), ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ସଂଗ୍ରାମ ବେହେରା, ଛାତ୍ର ନେତା ଚନ୍ଦନ ନାୟକ, ବିଜୟ କେତନ ପ୍ରଧାନ, ଯୁବ ଓ ଛାତ୍ର ନେତା ଉପସ୍ଥିତ ଥିଲେ।