ଘଟଣା ଓ ଦୁର୍ଘଟଣା

ବନ୍ଧା ହେଲା ଛିନତାଇ ଅଭିଯୁକ୍ତ

By Angul TV Bureau

June 20, 2021

ଅନୁଗୁଳ: ସହର ଓ ଏହାର ଉପକଣ୍ଠରେ ଛିନ୍‌ତାଇ କରି ଆତଙ୍କ ଖେଳାଇଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ଅନୁଗୁଳ ସଦର ଥାନା ପୁଲିସ୍ । ଗିରଫ ଅଭିଯୁକ୍ତ ହେଲା, ରାହୁଲ୍ ମିଶ୍ର(୨୩) । ତା’ର ଘର ହେମସୁରପଡ଼ାରେ। ପୁଲିସ୍ ସୂଚନା ମୁତାବକ, ଗତ ଏପ୍ରିଲ୍‌ ୨୨ ତାରିଖରେ ମୂଷାପାପୁଲି ଉପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଦ୍ୟୁତ୍ ପ୍ରଭା ସୁବୁଦ୍ଧି ଛିନ୍‌ତାଇର ଶିକାର ହୋଇଥିଲେ। ସେ ପ୍ରାତଃ ଭ୍ରମଣରେ ଥିବା ବେଳେ ବଡ଼କେରା ପଟୁ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇ ନେଇଥିଲେ। ଏନେଇ ଶ୍ରୀମତୀ ସୁବୁଦ୍ଧି ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଶନିବାର ଅଭିଯୁକ୍ତ ରାହୁଲକୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ଅଛି। ମାମଲାର ତଦନ୍ତକାରୀ ଅଫିସର ସଦର ଥାନାର ସବ୍‌ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ମାଝି ଅଭିଯୁକ୍ତ ରାହୁଲ୍‌କୁ କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।