ଘଟଣା ଓ ଦୁର୍ଘଟଣା

ବଡ଼ଭାଇକୁ ମରଣାନ୍ତକ ଆକ୍ରମଣକରି ସାନଭାଇ ଗିରଫ

By Swagatika Samantray

March 13, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗାଁରେ ବଡ଼ଭାଇଙ୍କୁ ମରଣାନ୍ତକ ଆକ୍ରମଣକରିବା ଅଭିଯୋଗରେ ପୋଲିସ ରବିବାର ସାନଭାଇଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗାଁର ନଟବର ମାଝୀ(୬୨) ଓ ସାନଭାଇ ରାଜକିଶୋର ମାଝୀ(୫୫)ଙ୍କ ପୈତୃକ ଜମିବାଡ଼ଫି ନେଇ ବିବାଦ ଲାଗିରହିଥିଲା। ଏହାର ସମାଧାନ ପାଇଁ ନଟବର ଗାଁ ପଞ୍ଚାୟତରେ ଦରଖାସ୍ତ କରିଥିଲେ। ରବିବାର ଏହାର ସମାଧାନ ପାଇଁ ବୈଠକ ସ୍ଥିର ହୋଇଥିଲା। ତେବେ ରାଜକିଶୋର ଶନିବାର ନଟବରଙ୍କ ଘରେ ପହଞ୍ଚି ଗାଳିଗୁଲଜକରି ଏକ ପଥରରେ ନଟବରଙ୍କ ମୁଣ୍ଡକୁ ପିଟି ଗୁରୁତର ଆହତ କରିଥିଲେ। ଏ ନେଇ ନଟବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ରାଜକିଶୋରଙ୍କୁ ରବିବାର ଗିରଫକରି କୋର୍ଟ ଚାଲାଣ କରିଛି।