ମୁଖ୍ୟ ଖବର

ଡିଜିଟାଲ ଆରେଷ୍ଟର ଧମକ ଦେଇ ୬ ଲକ୍ଷ ଠକେଇ ମାମଲା: ରାଜସ୍ଥାନରୁ ଅଭିଯୁକ୍ତକୁ ବାନ୍ଧିଲା ଅନୁଗୁଳ ପୋଲିସ

By Angul TV Bureau

January 05, 2026

ଅନୁଗୁଳ: ଡିଜିଟାଲ ଆରେଷ୍ଟର ଧମକ ଦେଇ ଅନୁଗୁଳର ଜଣଙ୍କଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ଠକେଇ ମାମଲାରେ ପୋଲିସ ରାଜସ୍ଥାନରୁ ଅଭିଯୁକ୍ତକୁ ବାନ୍ଧିଛି। ଗିରଫ ଯୁବକ ହେଲା ରାଜସ୍ଥାନର ଝୁନଝୁନର ବଣ୍ଟି ଓରଫ ଅଖିତ କୁମାର। ତାଠାରୁ ଏକ ଆଇଫୋନ୍ ସହ ଅନ୍ୟ ଡକ୍ୟୁମେଣ୍ଟ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ବନ୍ତଳା ଜରାଓରପୁର୍ ଗାଁର ଗୌରହରି ପ୍ରଧାନଙ୍କୁ ଏକ ଫୋନ୍ ଆସିଥିଲା। ଠକ ଜଣକ ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇଥିଲା। ସେ ଗୌରଙ୍କ ଆଧାରରେ ଥିବା ତଥ୍ୟ କହି ବେଜିଂକୁ ବେଆଇନ ଦ୍ରବ୍ୟ ପାର୍ସଲ୍ କରୁଥିବା ଧମକ ଦେଇ ଭିଡିଓ କଲ କରିଥିଲେ। ଭିଡିଓରେ ସେ ପୋଲିସ ପୋଷାକରେ ଥିଲେ। ଏଥିସହ ଟଙ୍କା ଦେଲେ ସବୁ ସମାଧାନ ହେଇଯିବ ବୋଲି କହିଥିଲେ। ଗୌର ଡରିଯାଇ ଡିସେମ୍ବର ୨୬, ୨୦୨୪ ରୁ ୯ ଜାନୁଆରୀ ୨୦୨୫ ମଧ୍ୟରେ ୬,୧୨,୧୯୦ ଟଙ୍କା ପଠାଇଥିଲେ। ସେ ଠକାମୀରେ ପଡ଼ିଥିବା ଜାଣିବା ପରେ ୧୭.୧୦.୨୦୨୫ ରେ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ଏସ ପି ଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ କରି ରାଜସ୍ଥାନରୁ ବଣ୍ଟିକୁ ବାନ୍ଧିଛି। ଇନ୍ସପେକ୍ଟର ସନ୍ତୋଷ କୁମାର ଜେନାଙ୍କ ନେତୃତ୍ୱରେ ଏହି ଟିମ୍ ତଦନ୍ତ କରୁଥିବା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ଅନୁଗୁଳ ଏସପି ରାହୁଲ ଜୈନ।