ଘଟଣା ଓ ଦୁର୍ଘଟଣା

ଛେଳି ଚୋରି ଅଭିଯୋଗରେ ଯୁବକ ଗିରଫ

By Swagatika Samantray

September 26, 2022

ଅନୁଗୁଳ: ଅନୁଗୁଳ ସହରର ଶିକ୍ଷକପଡ଼ାରୁ ଛେଳି ଚୋରିକରିବା ଅଭିଯୋଗରେ ପୁଲିସ ସୋମବାର ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

ସୂଚନା ଯେ, ରାତି ପ୍ରାୟ ୨ଟା ସମୟରେ ଶିକ୍ଷକପଡ଼ାର ବିକାଶ ନାଏକଙ୍କ ଘର ଛେଳି କୋଠିରେ ପଶି ରାଜକିଶୋରପଡ଼ାର ଅଶିମ ଓରଫ ପିଣ୍ଟୁ(୨୭) ଗୋଟିଏ ଛେଳି ଚୋରିକାରି ବସ୍ତାରେ ଭର୍ତ୍ତିକରି ନେଉଥିଲା। ତେବେ ଛେଳିମାନେ ବୋବାଇବାରୁ ବିକାଶ ଓ ତାଙ୍କ ପରିବାର ଲୋକଙ୍କ ନିଦଭାଙ୍ଗିଗଲା। ଘର କବାଟ ଖୋଲି ଦେଖିଲେ ପିଣ୍ଟୁ ଛେଳି ନେଇ ଦୌଡ଼ୁଛି। ବିକାଶ ଓ ତାଙ୍କ ୨ ଭାଇ ପିଣ୍ଟୁର ପିଛାକରି ତାଙ୍କୁ କାବୁ କରିଥିଲେ। ଏ ନେଇ ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ପିଣ୍ଟୁଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି।