ମୁଖ୍ୟ ଖବର

ଫେସ୍‌ବୁକ୍‌ ପ୍ରେମରୁ ବ୍ଲାକ୍‌ମେଲ: ରଘୁନାଥପୁରର ସୁନୀଲ ସାହୁ ଗିରଫ

By Angul TV Bureau

November 18, 2025

ଅନୁଗୁଳ: ସହରର ଜଣେ ମହିଳାଙ୍କୁ ବ୍ଲାକ୍‌ମେଲ କରିବା ଅଭିଯୋଗରେ ତାଳଚେର ଥାନା ଅନ୍ତର୍ଗତ ରଘୁନାଥପୁରର ସୁନୀଲ କୁମାର ସାହୁକୁ ଅନୁଗୋଳ ପୋଲିସ ଗିରଫ କରିଛି। ପୋଲିସ ତଥ୍ୟ ଅନୁସାରେ, ପୀଡିତାଙ୍କ ସହ ସୁନିଲଙ୍କର ଫେସବୁକରେ ପରିଚୟ ହେବା ପରେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ଏହାପରେ ଅଭିଯୁକ୍ତ ଅନ୍ତରଙ୍ଗ ସମୟର ଫଟୋ ଦେଖାଇ ମହିଳାଙ୍କୁ ବ୍ଲାକ୍‌ମେଲ କରୁଥିଲା ଏବଂ ବାରମ୍ବାର ଘରକୁ ଯାଇ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। ମହିଳାଙ୍କ ନାବାଳିକା ଝିଅଙ୍କ ସହ ମଧ୍ୟ ଅଭିଯୁକ୍ତ ଅପମାନଜନକ ବ୍ୟବହାର କରିଥିବା କୁହାଯାଇଛି। ମହିଳାଙ୍କ ଅଭିଯୋଗ ଅନୁସାରେ ଅନୁଗୁଳ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ସୁନୀଲ ସାହୁକୁ ଗିରଫ କରି କୋର୍ଟଚାଲାଣ କରିଛି।