ଘଟଣା ଓ ଦୁର୍ଘଟଣା

ଠକେଇ ଅଭିଯୋଗରେ ଜଣେ ଗିରଫ

By Swagatika Samantray

June 24, 2022

ଅନୁଗୁଳ: ଅନୁଗୁଳ ଟାଉନ୍ ପୁଲିସ ଶୁକ୍ରବାର ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଅନୁଗୁଳ ପୁଲିସ ଟ୍ରେନିଂ କଲେଜର କର୍ମଚାରୀ ନୃସିଂହ ଚରଣ ମିଶ୍ରଙ୍କ ନାମରେ ୧୨ ଲକ୍ଷ ଟଙ୍କାର ଏକ ସବସିଡି ଋଣ କରାଇ ଦେବାକୁ କହି କେନ୍ଦ୍ରାପଡ଼ା ଜିଲ୍ଲା ନିକିରେଇ ଥାନା ଅନ୍ତର୍ଗତ ଗୁଗୁଆ ଗାଁର ଶୈଳେନ୍ଦ୍ର ନାରାୟଣ ରାଉତ ଅଗ୍ରୀମ ୫ ଲକ୍ଷ ଟଙ୍କା ନେଇଥିଲେ। ତେବେ ଋଣ ନମିଳିବାରୁ ନୃସିଂହ ଶୈଳେନ୍ଦ୍ରଙ୍କୁ ଟଙ୍କା ଫେରସ୍ତ ଦେବାକୁ କହିବାରୁ ସେ ଠକି ଚାଲିଥିଲେ। ଏ ନେଇ ନୃସିଂହ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଶୈଳେନ୍ଦ୍ରଙ୍କୁ ଗିରଫକରି ଶୁକ୍ରବାର କୋର୍ଟ ଚାଲାଣ କରିଛି।