ଘଟଣା ଓ ଦୁର୍ଘଟଣା

ପଡୋଶୀଙ୍କ ମାଡ଼ରେ ଯୁବକ ଗୁରୁତର, ଜଣେ ଗିରଫ

By Sanjeeb Biswal

August 10, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଗ୍ରାମରେ ପଡୋଶୀଙ୍କ ଆକ୍ରମଣରେ ଗାଁର ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରି ଜଣଙ୍କୁ ଗିରଫ କରି କୋୖର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ହେଲେ କଷ୍ଟୁ ସାହୁ।

ସୂଚନା ଯେ, ଦୁର୍ଗାପୁର ଗ୍ରାମର କଷ୍ଟୁ ସାହୁ ମଦ୍ୟପାନ କରି ପୋଡଶୀ ସୁର୍ଯ୍ୟକାନ୍ତ ସାହୁଙ୍କ ବାପାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳ କରୁଥିଲେ। ଏହା ଦେଖି ସୁର୍ଯ୍ୟକାନ୍ତ ମୋ ବାପାଙ୍କୁ କାହିଁକି ଗାଳି ଗୁଳଜ କରୁଛୁ ବୋଲି ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କଷ୍ଟୁ ଏକ ଲୁହା କାଙ୍କରେ ସୁର୍ଯ୍ୟଙ୍କ ମୁଣ୍ତକୁ ହାଣି ଦେଇଥିଲେ। ଫଳରେ ସୁର୍ଯ୍ୟକାନ୍ତ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ସୂର୍ଯ୍ୟକାନ୍ତକୁ ଉଦ୍ଧାର କରି ଜରପଡା ସ୍ୟାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇବା ସହିତ ଜରପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏନେଇ ଜରପଡା ଥାନା ପୋଲିସ କେସ ନଂ ୨୪୮/୨୩ରେ ଏକ ମାମଲାରୁ କରି କଷ୍ଟୁ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।