ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ଥାନା କୋଶଳା ଶିମିଳି ସାହିରେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଛେଣ୍ଡିପଦା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ପୁରୁଷୋତ୍ତମ ବେହେରା (ପପୁ)। ସୂଚନା ମୁତାବକ, ପୁରୁଷୋତ୍ତମ ବେହେରା ରବିବାର ଅପରାହ୍ନରେ ନିଶାସକ୍ତ ଅବସ୍ଥାରେ ବଳରାମ ବେହେରାଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ଅସଦାଚରଣ କରିଥିଲା। ଏହାକୁ ବଳରାମ ବିରୋଧ କରିବାରୁ ପୁରୁଷୋତ୍ତମ ପାଖରେ ଥିବା ଫୁଙ୍କନଳିରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଏହା ଦେଖି ବଳରାମଙ୍କ ସ୍ତ୍ରୀ ଚିତ୍କାର କରିବାରୁ ତାଙ୍କୁ ମଧ୍ୟ ପୁରୁଷୋତ୍ତମ ମାଡପିଟ କରିଥିଲା। ପୁରୁଷୋତ୍ତମଙ୍କ ମାଡରେ ବଳରାମଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରଜୁ କରି କୋଶଳାରୁ ପୁରୁଷୋତ୍ତମଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।