ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜନୈକା ନାବାଳିକା ଝିଆରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଦାଦାଙ୍କୁ ଗିରଫ କରିଛି ।
ସୂଚନା ମୁତାବକ, ନେହେରୁ ସାହୁ(୩୨) ନାମକ ଯୁବକ ତାଙ୍କ ବଡ଼ଭାଇଙ୍କ ଝିଅକୁ ଯୋରଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏ କଥା କାହା ଆଗରେ ପ୍ରକାଶ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। କିଛିଦିନ ପୂର୍ବରୁ ପୁଣି ଦୁଷ୍କର୍ମ କରି ଧମକ ମଧ୍ୟ ଦେଇଥିଲେ। ତେବେ ଶନିବାର କୌଣସି କାରଣରୁ ପାରିବାରିକ ପାଟିଗୋଳ ହୋଇଥିଲା । ଏହାପରେ ନାବାଳିକା ଶନ୍ନିବାର ରାତିରେ ବଅଁରପାଳ ଥାନାରେ ଲିଖୁତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରି ରବିବାର ନେହେରୁ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।