ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସେରେଣେ ବେଡା ଗ୍ରାମର ଜଣେ ମହିଳାଙ୍କୁ ଅସଦାରଚଣ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ସୂଚନା ମୁତାବକ, ସେରେଣାବେଡା ଗ୍ରାମର ଜଣେ ୨୫ ବର୍ଷର ମହିଳା ତଳମୂଳ ପାଟଣାରେ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ବିବାହ ପୂର୍ବରୁ ଉକ୍ତ ମହିଳାଙ୍କର ସେହି ଗ୍ରାମର ଯୁବକ ଅଜିତ ନାଏକଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଯୁବକ ଜଣକ ମହିଳାଙ୍କୁ ବ୍ଲାକ ମେଲିଂ କରିବା ସହ ତାଙ୍କ ସହିତ ଶାରୀରିକ ସମ୍ପର୍କ ନ ରଖିଲେ ତାର ଶାଶୁ ଘରେ ସମସ୍ତ ଘଟଣା କହିଦେବେ ବୋଲି ଧମକ ଦେଇଥିଲେ। ଭୟରେ ମହିଳା ଅଜିତ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ।
ଏଥିରେ ଅତିଷ୍ଠ ହୋଇ ମହିଳା ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ମାମଲା ରୁଜ୍ଜୁ କରି ଅଜିତକୁ ଗିରଫ କରି କୋର୍ଟଚାଲାଣ କରିଛି।