ଘଟଣା ଓ ଦୁର୍ଘଟଣା

ଶାରୀରିକ ସମ୍ପର୍କ ପରେ ଆଉ ଧରାଛୁଆଁ ଦେଲାନି ପ୍ରେମିକ, ଥାନାରେ ଅଭିଯୋଗ ପରେ ଗିରଫ କଲା ପୋଲିସ

By Angul TV Bureau

May 28, 2023

ଅନୁଗୁଳ: ଦୁଷ୍କର୍ମ ଅଭିଯୋଗରେ ରବିବାର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅନୁଗୁଳ ପୋଲିସ।

ସୂଚନା ମୁତାବକ, ଆଠମଲ୍ଲିକ ଅଞ୍ଚଳର ରାଜୁ ଓରଫ ଶିବାଶିଷ ରାଉତ ଅନୁଗୁଳ ହୁଲୁରିସିଂହାରେ ନିଜ ମାମୁ ଘରେ ରୁହନ୍ତି। ସେଠାରେ ଜଣେ ଯୁବତୀଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଉଭୟେ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ଉଭୟେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ସ୍ଥିର କରିବା ପରେ ଉଭୟଙ୍କ ପରିବାର ପକ୍ଷରୁ ସେମାନଙ୍କର ନିର୍ବନ୍ଧ କରିଦେଇଥିଲେ।

କିନ୍ତୁ ଗତ କିଛି ଦିନ ହେବ ରାଜୁ ଏବଂ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ କୌଣସି କାରଣରୁ ମନାନ୍ତର ହେବାରୁ ରାଜୁ ଆଉ ସମ୍ପୃକ୍ତ ଯୁବତୀକୁ ବାହା ହେବେ ନାହିଁ ବୋଲି କହି ଆଉ ଧରା ଛୁଆଁ ଦେଉ ନାହାନ୍ତି। ଏଣୁ ସମ୍ପୃକ୍ତ ଯୁବତୀ ଶନିବାର ଅନୁଗୁଳ ଥାନାରେ ତାଙ୍କୁ ରାଜୁ ଓରଫ ଶିବାଶିଷ ଦୁଷ୍କର୍ମ କରିଥିବା ନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି।