ଘଟଣା ଓ ଦୁର୍ଘଟଣା

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

By Swagatika Samantray

September 27, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି।

ସୂଚନା ଯେ, ଫେବୃଆରୀ ମାସ ଅପରାହ୍ନରେ ନାବାଳିକା ଘରେ ଏକୁଟିଆ ଥିବା ବେଳେ ବେନ୍ତପୁର ଗାଁର ଦେବାଶିଷ ସାହୁ(୨୭) ଘରେପଶି ତାଙ୍କୁ ଯୋରଜବର ଦୁଷ୍କର୍ମ କରିଥିଲେ। ଏ କଥା କାହା ଆଗରେ କହିଲେ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲେ। ଫଳରେ ଭୟଭିତ ହୋଇ ନାବାଳିକା କାହାକୁ କହିନଥିଲେ। ତେବେ ଦୋବାଶିଷ ତାଙ୍କୁ ଅଶାଳିନ ମନ୍ତବ୍ୟ ଦେବାରୁ ବାଧ୍ୟ ହୋଇ ରବିବାର ନାବାଳିକା ପରିବାର ଲୋକଙ୍କ ସହାୟତାରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ସୋମବାର ଅଭିଯୁକ୍ତ ଦେବାଶିଷଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।