ଘଟଣା ଓ ଦୁର୍ଘଟଣା

କୋର୍ଟଚାଲାଣ ହେଲା ମୋବାଇଲ ଚୋର, ମାସେ ତଳେ ଲୁଟିଥିଲା ୮୦ ହଜାର ଟଙ୍କିଆ ଫୋନ୍

By Angul TV Bureau

August 22, 2022

ଅନୁଗୁଳ: ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁରୁ ମୋବାଇଲ ଚୋରି ଅଭିଯୋଗରେ ରବିବାର ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ଜରାସିଂହାର ଦୀପକ ବେହେରା(୨୪)ଗତ ମାସ ୨୨ତାରିଖରେ ଗାଁରେ ଦଣ୍ଡ ନାଚ ଦେଖୁଥିବା ବେଳେ ତାଙ୍କର ମୋବାଇଲ ଫୋନ ଚୋରି ହୋଇଯାଇଥିଲା। ଚୋରି ମୋବାଇଲର ମୂଲ୍ୟ ୮୦ ହଜାର ଟଙ୍କା ଥିଲା। ଏ ନେଇ ଦୀପକ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୋଲିସ ଘଟଣାର ତଦନ୍ତ କରି ରାଜକିଶୋରପଡାର ଅନୀଲ ନାଏକ(୨୧)କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।